ସେୟାର୍‌ର ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ସେୟାର୍‌ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସହର ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର କୁନାଲ ବର୍ମା, ସେୟାର୍‌ର ଅଧ୍ୟକ୍ଷ ସରୋଜ ମହାନ୍ତି, ପରାମର୍ଶଦାତା ସୁରେଶ ବାଗଡ଼ିଆ, ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ସଭାପତି ଶରତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କ୍ରୀଡା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ ସହ ଦୀପ ପ୍ରବଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ପରିବେଷଣ ପରେ ସେୟାର୍‌ର ନିର୍ଦ୍ଦେଶକ ଶ୍ରୀ ପରିଡା ସ୍ୱାଗତ ଭାଷଣ ରଖିଥିଲେ । ପରେ ସେୟାର୍‌ର ଅଧ୍ୟକ୍ଷ ଶ୍ରୀ ମହାନ୍ତି, ପରାମର୍ଶଦାତା ଶ୍ରୀ ବାଗେଡ଼ିଆ ଓ ସମାଜସେବୀ ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ର ସମ୍ପାଦକ ପ୍ରଦୀପ କୁମାର ଦାସ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଓ ସମ୍ମାନିତ ଅତିଥି ଡ଼ଃ. ବର୍ମା ଖେଳାଳି ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶ୍ରୀ ସ୍ୱାଇଁ ରାଉରକେଲାରେ ଆଗାମୀ ଦିନର ଖେଳର ଉନ୍ନତି ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ରାଉରକେଲା ହକି ଷ୍ଟାଡିୟମ୍ରେ ଆସନ୍ତା ଡିସେମ୍ବର ସୁଦ୍ଧା ଲାଇଟ୍ ବ୍ୟବସ୍ଥା କରାଯିବ । ଫଳରେ ସେଠାରେ ଆନ୍ତର୍ଜାତିକ ହକି ଖେଳ ହୋଇପାରିବ । ସେହିପରି ଆଉ ଏକ ନୂଆ ପଡିଆ ପ୍ରସ୍ତୁତ କରାଯିବ । ଅନ୍ୟ ପଟେ ବାସ୍କେଟ ବଲ ପଡ଼ିଆକୁ ସିନ୍ଥେଟିକ, ସ୍ପେଶାଲ ସେଠ୍ ସହ ବିଦ୍ୟୁତିକରଣ କରାଯିବ, ଇସ୍ପାତ ଷ୍ଟାଡିୟମ୍ ଠାରେ ପୋଷାକ ବଦଳାଇବା ପାଇଁ ୪ଟି ରୁମ୍ କରାଯିବ, ଷ୍ଟାଡିୟମ୍କୁ ଲାଗି ନୂଆ ଫୁଟବଲ୍ ପଡ଼ିଆ ପ୍ରସ୍ତୁତ ହେବ, ସେକ୍ଟର ୨୦ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଟେବୁଲ୍ ଟେନିସର କୋର୍ଟ ତିଆରି ସରିଛି । ସେହିପରି ବ୍ୟାଡମିଣ୍ଟନ ଗ୍ରାଉଣ୍ଡର ମରାମତି ଡିସେମ୍ବର ସୁଦ୍ଧା ସମାପ୍ତ ହେବ । ଏହି ସମସ୍ତ କାର୍ଯ୍ୟ ଆଗାମୀ ଡିସେମ୍ବରରୁ ଆସନ୍ତା ମାର୍ଚ୍ଚ ମଧ୍ୟରେ କରାଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ । ଏହି ଅବସରରେ ଖେଳାଳିମାନଙ୍କୁ ଯଥା ଦେବାପ୍ରିୟା ବିଶ୍ୱାଳ, ଆଲୋକ କାନ୍ଦୁଲୁନା, ଆଦିତ୍ୟ ପ୍ରକାଶ, ମନିଷ ଭୋଇ, ଶ୍ରେୟାଂଶ ପରିଡା, ସୁମିତ୍ରା ମୁଣ୍ଡାରୀ, ରାଜେଶ ଚୌରାସିଆ, ରୋଜାଲିନ ମାଝୀ, ଅଙ୍କିତା ସୁନା, ଶ୍ରୀ ଶ୍ୟାମତୀର୍ଥ ମାଝୀ, କିରଣ କୁମାର ନାଗଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଫୁଟବଲ୍ ଖେଳାଳି ଜୟନ୍ତ ମହାରଣା ଓ କ୍ରିକେଟର ରିମା ଏକ୍କାଙ୍କୁ ସ୍ପୋର୍ଟସ ପର୍ସନ, ସ୍ପୋଟର୍ସ ଓମେନ ଅଫ୍ ଦି ଇଅରରେ ପୁରସ୍କୃତ କରାଯାଇଥିଲା , ଅକ୍ଷୟ ଦାସଙ୍କୁ ଫୁଟବଲ୍ ଖେଳରେ ସ୍ୱତନ୍ତ୍ର ଅବଦାନ ପାଇଁ ସାମ୍ମାନିତ କରାଯାଇଥିଲା । ଏହାସହ ୫ ଜଣ କ୍ରୀଡାବିତ୍ ସଂଗ୍ରାମ ସ୍ୱାଇଁ, ରାଧାକାନ୍ତ ତ୍ରିପାଠୀ, ବେଦ ପ୍ରକାଶ ତିୱାରୀ, ମାନସ ରଞ୍ଜନ ନାୟକ, ପ୍ରଦୀପ କୁମାର ଦାସଙ୍କୁ ସଚ୍ଚିଦାନନ୍ଦ ସାମାଜିକ ଅନୁଦାନ ସମ୍ମାନ ପ୍ରଦାନ କରାଯାଇଥିଲା । ସେୟାର୍‌ର ସମସ୍ତ ସଭ୍ୟ ପ୍ରଦୀପ୍ତ ମହାନ୍ତି, ସସ୍ମିତା ଦାସ, ଧର୍ମେନ୍ଦ୍ର ଦାସ, ଆନ୍ନା କେରକେ୍ଟା, ରାଜୀବ ନାୟକ, ମନୋଜ ନାୟକ, ଜନ୍ମଜୟ ରାଉତରାୟ, ସଂଜିତ ମଲ୍ଲିକ, ସୁରେଶ ରାଉତରାୟ, ଅଲବର୍ଟ କିଣ୍ଡୋ, ରାଜେଶ ଚୌରାଶିଆ, ସତ୍ୟବ୍ରତ ମହାନ୍ତି, ରବୀନ୍ଦ୍ର ପଟ୍ଟନାୟକ, ଅଲେଖ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରାମର୍ଶଦାତା ସତ୍ୟନାରାୟଣ ମିଶ୍ର ଓ ଦିଲ୍ଲୀପ କୁମାର ପରିଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
.

Leave A Reply

Your email address will not be published.