om academy

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶାରଦୀୟ ପୂଜା

jsm

ରାଉରକେଲା, (କେପିଏନ୍‌ଏସ୍‌) : ସମ୍ପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା, ଲଷ୍ମୀପୂଜା ଓ କାଳୀପୂଜା ପାଳନ ଉତ୍ସବକୁ ଅତି ନିରାଡ଼ମ୍ବର ସହକାରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେବଳ ପୂଜା କମିଟୀର ସଦସ୍ୟ ମାନଙ୍କ ଦ୍ୱାରା ହିଁ ଏହି ପୂଜା ଅନୁଷ୍ଠିତ କରାଯାଇ ପାରିବ । କୌଣସି ସର୍ବସାଧାରଣଙ୍କୁ ପୂଜା ପେଣ୍ଡାଲ ଦର୍ଶନର ଅନୁମତି ଦିଆଯିବନାହିଁ । ଡ଼ାକବାଜି ଯନ୍ତ୍ରର ବ୍ୟବହାର ତଥା ଭସାଣି ଉତ୍ସବ ଶୋଭାଯାତ୍ରାକୁ ସମ୍ପୂର୍ଣବାରଣ କରାଯାଇଛି । କେନ୍ଦ୍ରୀୟ ପୂଜା କମିଟୀର ନିର୍ବାଚନ ଅଥବା ମନୋନୟନ ପକ୍ରିୟାକୁ ବନ୍ଦ କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ପୂଜାକମିଟୀ ନିଜ ନିଜ ସ୍ତରରେ ପୂଜା ଅନୁଷ୍ଠାନ ନିମନ୍ତେ ବିଜୁଳି ସେବା, ସ୍ଥାନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପାଇଁ ସମ୍ପୃକ୍ତ ବିଭାଗଗୁଡିକୁ ଅନୁମତି ନିମନ୍ତେ ଆବେଦନ କରିପାରିବେ । ସମସ୍ତ ପୂଜା କମିଟୀ ରାଜ୍ୟ ସରକାରଙ୍କ ଅନୁମୋଦିତ କୋଭିଡ ମାର୍ଗଦର୍ଶିକାର ସୁଚାରୁ ରୂପେ ପାଳନପୂର୍ବକ (ନିର୍ଦେଶାନାମା ୫୩୧୫/ତା. ୧୦/୦୯/୨୦୨୦, ସ୍ୱତନ୍ତ୍ର ରିଲିଫ କମିଶନର, ଓଡିଶା ସରକାରଙ୍କ କ୍ରମିକ ସଂଖ୍ୟା ୦୪ ବ୍ୟତୀତ) ଏହି ପୂଜାଗୁଡିକର ପରିଚାଳନା କରିବା ବିଧେୟ । ଅନ୍ୟଥା କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ ସମ୍ପୃକ୍ତ କମିଟୀ ବିରୁଦ୍ଧରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ପ୍ରଶାସନ ତରଫରୁ ସୂଚୀତ କରାଯାଉଛି ।

Leave A Reply

Your email address will not be published.