ଜିଙ୍କ ସମୃଦ୍ଧ ବାୟୋଫୋର୍ଟିଫାଏଡ ଧାନ ସଶ୍ୟକାଟ ପରୀକ୍ଷଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି, ମହଦା ଏବଂ ଅଇଁଠାପାଲି ଗ୍ରାମରେ ହାରଭେଷ୍ଟପ୍ଲସ ତରଫରୁ ଜିଙ୍କ ସମୃଦ୍ଧ ଧାନ ଶସ୍ୟକାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଙ୍କ ସମୃଦ୍ଧ ଧାନ ବିଆର୍‌ଆର୍‌ଆଇ ଧାନ ୮୪, ବିଆର୍‌ଆର୍‌ଆଇ ଧାନ ୧୦୦ ବିଷୟରେ ଚାଷୀଙ୍କୁ ସଠିକ ଭାବରେ ଅବଗତ କରାଇବା । ଏହି ଶସ୍ୟକାଟ ପରୀକ୍ଷଣ ଚାଷୀ ମାନଙ୍କ ଜମିରେ ପାଞ୍ଚ ମିଟର ଲମ୍ବ ଏବଂ ଓସାର ବିଶିଷ୍ଟ ଜାଗାରେ କରାଯାଇ ଉତ୍ପାଦନ ପରିମାଣକୁ ଆକଳନ କରାଯାଇଥିଲା । ବିଶେଷକରି ଏହି ପ୍ରକାରର ଧାନ ଚାଷରେ ଭଲ ଉତ୍ପାଦନ ହୋଇଥିବା ଚାଷୀମାନେ କହିଛନ୍ତି । ଏହି ଶସ୍ୟକାଟ ପରୀକ୍ଷଣ କାର୍ଯ୍ୟକ୍ରମ ହାରଭେଷ୍ଟପ୍ଲସର ପ୍ରତିନିଧି ସ୍ମୃତିରଞ୍ଜନ ସେଠିଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କର ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.