ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚୁଡାପାଲି ବ୍ଲକ ଘୋଷଣା ପାଇଁ ଚୁଡାପାଲି ବ୍ଲକ କମିଟିର ଏକ ପ୍ରତିନିଧି ଦଳ ପଂଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗିତା କୁମାରୀ ସିଂହଦେଓଙ୍କୁ ସାକ୍ଷାତ କରି ଚୁଡାପାଲିକୁ ବ୍ଲକ ମାନ୍ୟତା ଦାବି ଉପସ୍ଥାପନ କରିଥିଲେ । ଚୁଡାପାଲି ବଲାଙ୍ଗିର ଓ ପାଟଣାଗଡର ଠିକ୍ ମଝିରେ ଏସ୍ଏଚ୍ ୪୬ରେ ଅବସ୍ଥିତ । ଚୁଡାପାଲି ବ୍ଲକ ମାନ୍ୟତା ଘୋଷଣା ହେଲେ ବଲାଙ୍ଗିର ବ୍ଲକର ୧୧ଟି ପଂଚାୟତ, ପାଟଣାଗଡ ବ୍ଲକର ୨ଟି ପଂଚାୟତ, ଲୋଇସିଂହା ବ୍ଲକର ୪ଟି, ଦେଓଗାଁ ବ୍ଲକର ୨ଟି ପଂଚାୟତର ଠିକ୍ ମଧ୍ୟସ୍ଥଳି ହେବ । ଚୁଡାପାଲି ଆଦିବାସୀ ଏବଂ ଅନୁନ୍ନତ ଅଂଚଳ ଅଟେ । ଗମନାଗମନ, ହସ୍ପିଟାଲ, ସହକାରୀ କୃଷି ଅଧିକାରୀ ଚୁଡାପାଲି, ପ୍ରାଣୀ ଚିକିତ୍ସାଳୟଙ୍କ ଅଫିସ ଚୁଡାପାଲିରେ ଅବସ୍ଥିତ ଏବଂ ଅନ୍ୟାନ୍ୟ ସରକାରୀ ଅଫିସ ଏହି ଚୁଡାପାଲି ଠାରେ ରହିଛି । ତେଣୁ ଚୁଡାପାଲି ବ୍ଲକ ମାନ୍ୟତା ଘୋଷଣା କରାଗଲେ ଏହି ଅଂଚଳର ଅଧିବାସୀମାନଙ୍କର ଆର୍ଥିକ ଉନ୍ନତି ସଙ୍ଗେ ସଙ୍ଗେ ସଂସ୍କୃତି ପରମ୍ପରା ଲୋକଲୋଚନକୁ ଆସିପାରିବ । ଏହି ଚୁଡାପାଲିରୁ ହଜାର ହଜାର କୃଷକ ଯାଇ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ଆରମ୍ଭ କରିଥିଲେ । ସରକାରଙ୍କ ବ୍ଲକ ସମ୍ପ୍ରସାରଣ ଯୋଜନା ଅନୁସାରେ ଚୁଡାପାଲି ବ୍ଲକର ମାନ୍ୟତା ପାଇଁ ପାଇଁ ସବୁ ପ୍ରକାର ଭିତ୍ତିଭୁମି ଅଛି । ଚୁଡାପାଲିରେ ଡାକଘର, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ହାଇସ୍କୁଲ, କଲେଜ, ବନ ବିଭାଗର ଅଫିସ ଅଛି । ଏଇ ସବୁ ଭିତ୍ତିଭୂମି ବିଷୟରେ ପଂଚାୟତରାଜ ମନ୍ତ୍ରୀ ଓ ସାଂସଦ ବଲାଙ୍ଗିର ଠାରେ ଚୁଡାପାଲି ବ୍ଲକ କମିଟି ଉପସ୍ଥାପନ କରିଥିଲେ । ଚୁଡାପାଲି ବ୍ଲକ କମିଟି ମାନଙ୍କ ମଧ୍ୟରେ ନରେଶ ଅଗ୍ରୱାଲ, ଲୋକନାଥ କୁମୁରା, ଅନିଲ ଅଗ୍ରୱାଲ, ରାମେଶ୍ୱର କାନ୍ତି, ଜୟକୃଷ୍ଣ ମିଶ୍ର, ଗିରିଧାରୀ ପୁଟା, ଲବ ବାରିକ, ସୁଶିଲ କୁମାର ବେହେରା, ଅକ୍ଷୟ କୁମାର ଘିବେଲା ଉପସ୍ଥିତ ଥିଲେ ।
Prev Post