ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକାମାନେ ବୈଠକରେ ଯୋଗଦେଇ ବିଭିନ୍ନ ମତାମତ ଦେଇଥିଲେ । ଉକ୍ତ ବୈଠକରେ ସଭାପତିତ୍ୱ କରି ପରିଚାଳନା ସମିତିର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଶିଶୁମାନଙ୍କ ଶୈକ୍ଷିକ ବିକାଶରେ ଅଭିଭାବକ ଅଭିଭାବିକାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ବୈଠକର ଉଦ୍ଦେଶ୍ୟ କଥନ ତଥା ଶଙ୍କା ମୋଚନ କରିଥିବା ବେଳେ ପରିଚୟ ପ୍ରଦାନ ଏବଂ ପରିଚାଳନା କରିଥିଲେ ବିଜୟ କୁମାର ସରାଫ । ଆଚାର୍ଯ୍ୟ ସାନନ୍ଦ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁମା ପଦ୍ମିନୀ ମିଶ୍ର ଏବଂ ସୁନୀତା କର ସହଯୋଗ କରିଥିଲେ । ଏହି ବୈଠକରେ ୧୨୦ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.