ସବୁବେଳେ ଅବ୍ୟବସ୍ଥା ଘେରରେ ପଦ୍ମପୁରର ଶାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟ

ପଦ୍ମପୁର, ( ନିରୋଜ କୁମାର ପାଣୀ) : କେତେ ବେଳେ ଡ୍ରେନେଜ କେତେବେଳେ ନୂତନ ନିର୍ମିତ କୋଠାର ଲିପ୍ତ ତ ଆଉ କେତେ ବେଳେ ଅସ୍ତ୍ରୋପଚାର ଗୃହରେ ପାଣି ଗଳିବା ଆଦି ବହୁ ସମସ୍ୟାର ଗନ୍ତାଘର ପଦ୍ମପୁରର ଶାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟ । ହେଲେ ସମୟ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପଦ୍ମପୁର ସଦରମହକୁମାସ୍ଥିତ ଏହି ଚିକିତ୍ସାଳୟର ମୁଖ୍ୟ ସମସ୍ୟା ହେଉଛି ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କର ପଦବୀ ଖାଲି । ଏ ନେଇ ବାରମ୍ବାର ପଦ୍ମପୁରର ବିଭିନ୍ନ ସମାଜିଜ ଅନୁଷ୍ଠାନ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଅନ୍ଧ ଧୃତରାଷ୍ଟ୍ର ସରକାରୀ ନୀତି ଲୋକଙ୍କ ସମସ୍ୟା ସର୍ଜରଙ୍କୁ ଦୃଷ୍ଟିଗୋଚର ହେଉନାହିଁ । ଏବଂ ପ୍ରଶାସନିକ ଅଧିକାରୀ କେବେଳ ବା ବା ନେବାରେ ବ୍ୟସ୍ତ । ଅନ୍ୟପଟେ ବର୍ତ୍ତମାନ ଲୋକଙ୍କୁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏକ୍ସରେ ବିଭାଗ । ଉପଖଣ୍ଡ ଚିକିତ୍ସାଳୟର ଏକ୍ସରେ ବିଭାଗରେ ପ୍ରାୟ ୨ ଜଣ କର୍ମଚାରୀଙ୍କ ନିଯୁକ୍ତିର ନିୟମ ଥିବା ବେଳେ ପଦ୍ମପୁର ଚିକିତ୍ସାଳୟରେ ମାତ୍ର ଜଣେ ହିଁ କର୍ମଚାରୀ ଏକ୍ସରେ ବିଭାଗରେ ନିଯୁକ୍ତି ପାଇଥିଲେ । ହେଲେ ତାଙ୍କର ବଦଳି ଗତ ଅଧମାସ ପ୍ରାୟ ତଳେ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଳୟ ଏକ୍ସରେ ବିଭାଗରେ କୌଣସି କର୍ମଚାରୀଙ୍କର ନିଯୁକ୍ତି ହୋଇ ପାରିନାହିଁ । ଅନ୍ୟ ପଟେ ପ୍ରତିଦିନ ଉପଖଣ୍ଡର ବିଭି‌ନ୍ନ ଅଞ୍ଚଳରୁ ସରକାରଙ୍କ ସୁବିଧା ସୁଯୋଗ ଅନୁଯାୟୀ ନିଜର ଚିକିତ୍ସା କରେଇବା ପାଇଁ ଆସୁଥିବା ରୋଗୀମନେ ବର୍ତ୍ତମାନ ସରକାରୀ ସୁବିଧା ପାଇନପାରି ବେସରକାରୀ ଏକ୍ସରେ କ୍ଲିନିକକୁ ଯାଇ ଏକ୍ସରେ ପିଛା ପ୍ରାୟ ଟଙ୍କା ୨୫୦/- ରୁ ୩୦୦/- ଯାଏଁ ଖର୍ଚ୍ଚାନ୍ତ ହେଉଛନ୍ତି । ହେଲେ ଏହା ପ୍ରତି କାହାରି ଦୃଷ୍ଟି ଯ।ଉନଥିବା ଏକ ଆଶ୍ଚର୍ୟ୍ୟର ବିଷୟ । ଏଣୁ ପଦ୍ମପୁର ରୋଗୀକଲ୍ୟାଣ ସମିତି ନିଜର ଚିରନିଦ୍ରା ତ୍ୟାଗ କରନ୍ତୁ ଏବଂ ପ୍ରଶାସନକୁ ଏହି ସମସ୍ୟାର ସମାଧାନ ପାଇଁ ଚେତେଇ ଦେବା ପାଇଁ ଜନସାଧାରଣରେ ଦାବି ଜୋର ଧରିଛି ।

Leave A Reply

Your email address will not be published.

error: Content is protected !!