ସ୍କୁଲ ପରିଚାଳନା କମିଟିର ଶପଥପାଠ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ନୂତନ ଭାବେ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଶ୍ୱଜିତ ବସ୍ତିଆ ଓ ଉପସଭାପତି ଭାବେ ସ୍ମୃତିରେଖା ବାରିକ ନିର୍ବାଚିତ ହୋଇଥିବା ବେଳେ କମିଟିର ସଭ୍ୟ/ସଭ୍ୟା ଭାବେ ଜୟନ୍ତ ଦାସ, ପବିତ୍ର ବଣ୍ଡକି, ଅରୁଣ ବସ୍ତିଆ, ବୃନ୍ଦାବତୀ ବଣ୍ଡକି, ଭାରତୀ ପଟ୍ଟନାୟକ, ଆରତୀ ଦେହୁରୀ, ଅମୂଲ୍ୟ ରାଜହାଂସ, ମମି ନାଏକ, ଉଧବ ଅମାତ, ମୋହନ ପଟ୍ଟନାୟକ, ଫକୀର ମୋହନ ବସ୍ତିଆ, ସୁରେନ୍ଦ୍ର କୁମାର କମ୍ପ, ସୁରଭି ଖୁଂଟଲି, ସ୍ନେହାରାଣୀ ପ୍ରଧାନ, ପ୍ରଦୀପ ସାହୁ ପ୍ରମୁଖ ମୋନନୀତ ହୋଇଥିବା ବେଳେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟା ସ୍କୁଲର ବିକାଶ ପାଇଁ ପ୍ରଧାନ ଶିକ୍ଷକ ଶପଥପାଠ କରାଇଥିଲେ ଏବଂ ଏକ ଆଦର୍ଶ ବିଦ୍ୟାଳୟ କରିବାକୁ ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.