ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନରେ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ବ୍ୟାକରଣ ବର୍ଗର ଉଦ୍ଘାଟନ ଅନ୍ଲାଇନ ଗୁଗୁଲ ମିଟ୍ ଦ୍ୱାରା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରବରଣ ମଣ୍ଡଳୀ ଏସ୍ଏସ୍ବି ଭୁବନେଶ୍ୱର ସଚିବ ଡ. ମଧୁସୁଦନ ମିଶ୍ର, ବିଶିଷ୍ଟ ଅତିଥି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଗୋପବନ୍ଧୁ ଶତପଥି ଏବଂ ମୁଖ୍ୟବକ୍ତା ଭାବେ ସଂସ୍କୃତ ଭାରତୀ ଉତ୍କଳର ବିଦୁ୍ୱତ ପରିଷଦର ପ୍ରାନ୍ତ ସଂଯୋଜକ ନୃସିଂହ ଚରଣ ପଣ୍ଡା ସଂସ୍କୃତ ବ୍ୟାକରଣର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଉପାଧ୍ୟକ୍ଷ ଡଃ ସତ୍ୟବ୍ରତ ମିଶ୍ର ବୈଦିକ ମଙ୍ଗଳାଚରଣ ଏବଂ ସଭା ସଂଚାଳନ, ମହିଳା ମହାବିଦ୍ୟାଳୟର ଅଧ୍ୟାପକ ତଥା ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା ଉଦ୍ଦେଶ୍ୟ କଥନ, ଓଏଭି ଝରଣୀର ସଂସ୍କୃତ ଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲାର ସଂଯୋଜକ ଶେଷଦେବ ମିସ୍ର ଧେ୍ଜମନ୍ତ୍ର, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଡଃ ପ୍ରଭାସିନୀ ପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ, ଡିଏଭି କଲେଜ ଟିଟିଲାଗଡର ଡଃ ମଧୁସୂଦନ ମିଶ୍ର ଅଧ୍ୟକ୍ଷ ଭାଷଣ, ଓଏଭି ଲୋଇସିଂହାର ସଂସ୍କୃତ ଶିକ୍ଷକ ଜିତେନ୍ଦ୍ରିୟ ବଢେଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିଶେଷ ସହଯୋଗ କରିଥିଲେ । ଶତାଧିକ ସଂସ୍କୃତାନୁରାଗୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଲାଭାନ୍ୱିତ ହୋଇଥିଲେ । ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରସିଦ୍ଧ ସଂସ୍କୃତ ବିଦ୍ୱାନମାନେ ଏଥିରେ ବ୍ୟାକରଣ ଜ୍ଞାନ ପ୍ରଦାନ କରିବେ ।