oum

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ସାନିଟାଇଜ ବ୍ୟବସ୍ଥା ହେଉ

jsm

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : କରୋନା ମହାମାରୀର ଦ୍ୱିତୀୟ ଲହରି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି । ଯାହାକି ଦେଖିବାକୁ ମିଳିଛି ବୁଗୁଡା ଠାରୁ ୧୫ କିମି ଦୁରତ୍ୱରେ ପୋଲସରା ବ୍ଳକ ଅନ୍ତର୍ଗତ ନିମିନା ଓ ଲୁଣିଘାଟି ଏହି ଦୁଇଗୋଟି ଗ୍ରାମରେ ଦୁଇଜଣ କରୋନା ମହାମାରିର ଆକ୍ରାନ୍ତ ହୋଇଛନ୍ତି । ଏମିତିକି ଦେଖିବାକୁ ଗଲେ ପାଖାପାଖି କବିସୂର୍ୟ୍ୟନଗର ବ୍ଳକ ଓ ଭଞ୍ଜନଗରରେ ମଧ୍ୟ କରୋନା ମହାମାରିର ଆକ୍ରାନ୍ତ ହୋଇଛନ୍ତି । ଅତି ନିକଟ ତର ବ୍ଳକ କହିବାକୁଗଲେ ବୁଗୁଡା ବ୍ଳକ ସ୍ଥାନୀୟ ପ୍ରଶାସନିକ ତରଫରୁ ଏଯାଏଁ ସାନିଟାଇଜକରିବା ଭଳି କୌଣସି ପଦକ୍ଷପ ନେଇନଥିବାର ଆଜି ଦେଖିବାକୁ ମିଳିଛି । ଯାହାକି ବୁଗୁଡାରେ ଦୋକାନ ବଜାର ଓ ପରିବା ମାର୍କେଟରେ ଲୋକଙ୍କ ପ୍ରବଳ ମାତ୍ରାରେ ଭିଡ ଜମୁଛି । ଏଠି ସାମାଜିକ ଦୂରତା ଅଛି ନା ବ୍ୟବସାୟୀ କିମ୍ବା ଗ୍ରାହକ ମାନଙ୍କ ମୁହଁରେ ମାସ୍କ୍ ଅଛି । ତେବେ ବୁଗୁଡା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଜାରି କରିନାହାନ୍ତି । ଯାହାଫଳରେ କରୋନା ମହାମାରିର ନିୟମକୁ ନମାନି ବେଖାତିରିଆ ଭାବେ କାରବାର କରି ଚାଲିଛନ୍ତି । ଏଠାରେ ବୁଗୁଡା କାର୍ୟ୍ୟ ନିର୍ବାହିୀଅଧିକାରୀ ଖାଲି ଡିଣ୍ତିମ ପିଟୁଛନ୍ତି ଆମେ ଟିକସ ଆଦାୟରେ ୧ ନମ୍ବରରେ ଅଛୁ । କିନ୍ତୁ ଜନସାଧାରଣଙ୍କୁ କିପରି କରୋନା ମହାମାରିରୁ ରକ୍ଷା କରା ଯାଇପାରିବ ତାହାର ବିକଳ୍ପ ପନ୍ଥା ନ କରିଥିବାରୁ ଆଜି ଅଞ୍ଚଳବାସୀ ଖୁଲୁମ୍ ଖୁଲା ବେଖାତିରିଆ ଭାବେ ନିୟମକୁ ଉଲଘ୍ନ କରିଚାଲିଛନ୍ତି । ଯାହା ସାଧାରଣରେ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଅଛି । ଗଞ୍ଜାମ ଜିଲ୍ଲାର ସବୁ ଗ୍ରାମାଞ୍ଚଳରେ କୋରନା କଟକଣାକୁ କଡାକଡ଼ି କରାଯିବା ସହ ପରିମଳ ବ୍ୟବସ୍ଥା ଏବହ ସାନିଟାଇଜ କରିବା ପାଇଁ ଦାବୀ ହେଉଅଛି ।

Leave A Reply

Your email address will not be published.