ସୁର ତରଙ୍ଗର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାରର ଶାଖା ସଂସ୍ଥା ସୁର ତରଙ୍ଗର ସଙ୍ଗୀତ ପ୍ରତିଷ୍ଠାନ ତାର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରୋମାନ୍ସ ସ୍ପେସିଆଲ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଏବଂ ବଲଜିତ ସିଂହ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶ୍ରାବଣୀ ମହାନ୍ତି ସିଂହ ବାହିନୀ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଯଥା- ଶ୍ରାବଣୀ ମହାନ୍ତି, ଯୋଗେନ୍ଦ୍ର ସିହ୍ନକ୍ଷ, ସି. ସି. ସାବତ, ନିବେଦିତା ସ୍ୱାଇଁ, ଧୀରେନ୍ଦ୍ର ମିଶ୍ର, ଲୀନା ସେନାପତି, ସତ୍ୟବ୍ରତ ମହାନ୍ତି, ଉତ୍ତମ ଖଟୁଆ, ଶାଶ୍ୱତୀ ମିଶ୍ର, ବନୋଜ ଦାସ, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଦିଲ୍ଲୀପ ପରିଡା, ମୀନାକ୍ଷୀ ସୁତାର ପ୍ରମୁଖ ସୁନ୍ଦର ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହିତ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ରାଉରକେଲାର ପ୍ରତିଷ୍ଠିତ ସାକ୍ସୋଫୋନ ଏବଂ ବଂଶୀ ବାଦକ କଳାକାର ଡା. ଜୟନ୍ତ ଆଚାର୍ଯ୍ୟ, ବଲଜିତ ସିଂହ ବାଦ୍ୟଯନ୍ତ୍ର ଦ୍ଵାରା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଅନୁଷ୍ଠାନର ଲୋକସମ୍ପର୍କ ଅଧିକାରୀ ମନୋଜ ନାୟକ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ଶେଷରେ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉତ୍ତମ ଖଟୁଆ, ବନୋଜ ଦାସ, ମୀନାକ୍ଷୀ ସୂତାର, ବସନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.