oum

ଛତାମଖନା ପ୍ୟାକ୍ସର ଶୁଭାରମ୍ଭ କଲେ ସ୍ମାରକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଛତାମଖନା ଠାରେ ପ୍ୟକ୍ସ ଉଦଘାଟିତ ହୋଇଯାଇଛି । ପ୍ୟକ୍ସର ପୁର୍ବତନ ସଭାପତି ସ୍ମାରକ ରଞ୍ଜନ ମିଶ୍ର ବିଧିବଦ୍ଧ ଭାବେ ପ୍ୟାକ୍ସର ଶୁଭଉଦଘାଟନ କରିଥିଲେ । ସେ ନିଜର ଉଦଘାଟନୀ ଅଭିଭାଷଣରେ କହିଥିଲେ ଯେ, ସରକାର ତମାମ ପ୍ରସ୍ତୁତ ସତ୍ୱେ ଚାଷୀକୁଳ ତାଙ୍କର ରକ୍ତ ଝାଳ ଦେଇ ସଞ୍ଚିଥିବା ଫସଲର ଉଚିତ ମୁଲ୍ୟ ପାଇ ପାରୁ ନାହାନ୍ତି । କେତେବେଳେ ଭୁଲ ସରକାରୀ ନୀତି, କେତେବେଳେ ଧାନ ସଂଗ୍ରହ ବ୍ୟବସ୍ଥା ତ ଆଉ କେତେବେଳେ ଲାଭଖୋର ମିଲ ମାଲିକମାନେ ଚାଷୀର କଷ୍ଟ ଅର୍ଜିତ ମୁଲ୍ୟର ବାଟମାରଣ କରୁଛନ୍ତି । ସେ ଯାହ ହେଉ ଏଭଳି ସ୍ଥିତିର ମୁକାବିଲା ଏଥର ସରକାର ତଥା ପ୍ରଶାସନ ବିଭିନ୍ନ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି । ଯାହାଦ୍ୱାରା ଚାଷୀମାନେ ସହଜରେ ତାଙ୍କର ଅମଳ ମୁଲ ପାଇ ପାରିବେ । ଏଭଳି ସ୍ଥିତିରେ ସରକାର ତଥା ପ୍ରଶାସନର ଲକ୍ଷ ପୁରଣ କରିବାକୁ ହେଲେ ପ୍ୟାକ୍ସ କର୍ତ୍ତୃପକ୍ଷଙ୍କୁ ସହୃଦୟତା ଓ ସଚ୍ଚୋଟତା ସହ କାମ କରିବା ହେବ ବୋଲି କହିଥିଲେ । ସେହିପରି ପ୍ୟାକ୍ସ ସଂପାଦକ ଏ ବର୍ଷ ଧାନ କିଣା ବ୍ୟବସ୍ଥାର ଏକ ବିସ୍ତୃତ ବୀବରଣୀ ପ୍ରଦାନ କରିବା ସହ ପ୍ୟାକ୍ସ ପରିସରରେ କୌଣସି ପ୍ରକାର ଦୁର୍ନୀତି ରୋକିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ । ତେବେ ଛତାମଖନା ପଞ୍ଚାୟତକୁ ଛାଡି ଦେଲେ ଏହି ପ୍ୟାକ୍ସ ଉପରେ ଶିକେଭେଙ୍ଗା ଓ ଚାରବାହାଲି ଅଂଚଳର ଚାଷୀମାନେ ନିର୍ଭର କରୁଥିବା ବେଳେ ଖରା ବର୍ଷା ଦାଉରୁ ସେମାନଙ୍କ ଧାନ ମଧ୍ୟ ସୁରକ୍ଷିତ ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପ୍ୟାକ୍ସ ସଂପାଦକ ପ୍ରକାଶ କରିବା ସହ ସଭା ସାଙ୍ଗ ଘୋଷଣା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ବଗର୍ତ୍ତି, ସୁଶାନ୍ତ ପାତ୍ର, ଦିଲିପ ପାତ୍ର, କୁଶଲେ ସାହୁ ଓ କୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିୁତ ଥିଲେ ।

Leave A Reply

Your email address will not be published.