ଓଡିଶା ପଛୁଆବର୍ଗ ଏବଂ ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଓବିସି, ଏସ୍‌ସି, ଏସ୍‌ଟି ଉଦ୍ୟୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଗତ ରବିବାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବକ୍ତା ଯୋଗଦେଇ ଏହି ବର୍ଗର ଲୋକଙ୍କ ହିତ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଯାହାକି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ପଛୁଆବର୍ଗଙ୍କ ଆର୍ଥିକ କଲ୍ୟାଣ ଯୋଜନା କେବଳ କାଗଜପତ୍ରରେ ସୀମିତ ରହୁଛି ବୋଲି ଅଭିଯୋଗ ହୋଇଛି । କିନ୍ତୁ ତାହାକୁ କାର୍ଯ୍ୟକାରୀ ହେଉନାହିଁ, ଏପରିକି ଜିଲ୍ଲା ଅମଲାତନ୍ତ୍ର ଦ୍ୱାରା କରାଯାଉନାହିଁ, ଯାହାଦ୍ୱାରା ପଛୁଆବର୍ଗର ଲୋକମାନେ, ବହୁ ଯୁବକ, ଯୁବତୀମାନେ ଦାଦନ ଖଟିବାକୁ ବାହାର ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି । ଓବିସି, ଏସ୍‌ସି-ଏସ୍‌ଟି ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ବ୍ୟବସ୍ଥିତ ପ୍ରତିବନ୍ଧକକୁ ସମାଧାନ କରିବାର ଗୁରୁତ୍ୱକୁ ଦୋହରାଇଛନ୍ତି ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଏବଂ ଅନ୍ତଃର୍ନିହିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପଛୁଆବର୍ଗ ତଥା ଅନୁସୂଚିତ ଜାତି / ଜନଜାତି ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗ ପାଇଁ ଏକ ଅନୁକୂଳ ପରିବେଶ ପ୍ରତିପାଦନ କରିବାକୁ ନିର୍ଦ୍ଦିଷ୍ଟ ନୀତି ସୁପାରିଶ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଉଦ୍ୟୋଗୀମାନଙ୍କର ଅଧିକାର ଏବଂ ସ୍ୱାର୍ଥ ପାଇଁ ଓକିଲାତି କରିବା ଏବଂ ନୀତି ସ୍ତରରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଓଡିଶା ଓବିସି ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ ଦ୍ୱାରା ଏକ ସାମୂହିକ ପ୍ରୟାସର ଆଲୋଚନା ଏବଂ ଆଗାମୀ ପଦକ୍ଷେପ ଗ୍ରହଣ କରାଗଲା ଏହି ସଂଘର ସଭାର ସଭାପତିତ୍ୱ କରିଥିବା ରାଜ୍ୟ ଆବାହକ ଜି. ଦେବେନ୍ଦ୍ର ପାତ୍ର କରିଥିଲେ । ଓବିସି, ଏସ୍‌ସି, ଏସ୍‌ଟି ଉଦ୍ୟୋଗୀ ସଂଗଠନର ଜୋନାଲ ସଭାପତି (ଅବସରପ୍ରାପ୍ତ) ଅସନ୍ତୁଲ ସେଠୀ, ଗୌରୀଶଙ୍କର ଗୌଡ, ଚିନ୍ତାମଣି ନାୟକ, ମୃତ୍ୟୁଞ୍ଜୟ ବେହେରା, ନୀଳନ୍ଦ୍ରୀ ପ୍ରଧାନ, ଅକ୍ଷୟ ସାହୁ, ମିଥୁନ ସେଠୀ, ଅଶୋକ ଦାସ, ଜଗନ୍ନାଥ ପ୍ରଧାନ, ପ୍ରମୋଦ ସେଠୀ, ସରପଞ୍ଚ ମୀନତି ସେଠୀ, ପ୍ରଭାକର ସାହୁ, ରଞ୍ଜନ କୁମାର ସ୍ୱାଇଁ ଏବଂ ପ୍ରମୁଖ ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!