om academy

ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତୀ ବିଦ୍ୟାର୍ଥୀ ସମ୍ମାନିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତ ଦୁଇରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପ୍ପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨ ନମ୍ୱର (୮୮.୬%), ବି. ଧନୁ ପାତ୍ର ୪୯୩,(୮୨% ) ଏବଂ ଛାତ୍ରୀ ଜେମାନି ପାତ୍ର, ୪୮୫ (୮୧%) ପ୍ରମୁଖ ଏହି ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ଲାଭ କରି ଯୁକ୍ତ ଦୁଇ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି । ପ୍ରକାଶ ଥାଉକି, ଉକ୍ତ ବିଦ୍ୟାର୍ଥୀମାନେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ଏବଂ ଏହି ତିନି ଜଣ ବିଦ୍ୟାର୍ଥୀ ଛତ୍ରପୁରର ଅଗ୍ରଣୀ କୋଚିଙ୍ଗ ସେଣ୍ଟର୍ ‘ଜୁପିଟର୍‌’ରେ ପାଠ ପଢ଼ି ଏହି କୃତୀତ୍ଵ ହାସଲ କରିଥିବା ଜଣାଯାଇଛି । ଏହି ଅବସରରେ ସୋମବାର ଅପରାହ୍ନରେ ଜୁପିଟର୍‌ କୋଚିଙ୍ଗ ସେଣ୍ଟର୍ ତରଫରୁ ଆୟୋଜିତ ଏକ ନିରାଡ଼ମ୍ବର ପ୍ରେସ ମିଟ୍‌ରେ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସୁଧୀର ସାହୁ ଏସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରି କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦୀର୍ଘାୟୁ ଓ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.