ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ଵାରା ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବାହ୍ନ ୯ ଟଶ ସମୟରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ସନ୍ଥ ଆଶାରାମଜୀ ବାପୁଙ୍କ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ସାଧକ ଓ ସାଧିକା ମାନେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ହୋମଯଜ୍ଞ ଏବଂ ୧୦୮ ଶ୍ରୀ ଆଶାରାମାୟଣ ପାଠ, ଗୁରୁ ବନ୍ଦନା ଏବଂ ଭଜନ କୀର୍ତ୍ତନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ‘ଗୁରୁ ପୂର୍ଣ୍ଣିମା’ ମହୋତ୍ସବ ହେଉଛି ଶ୍ରଦ୍ଧା, ଆସ୍ଥା, କୃତଜ୍ଞତା ତଥା ସମର୍ପଣ ଭାବ ଦ୍ଵାରା ଜୀବତ୍ଵର ବିନାଶ କରି ଇଶ୍ୱରତ୍ଵ ଜାଗ୍ରତ କରିବାର ପର୍ବ । ୮୪ ଲକ୍ଷ ଜନ୍ମର ଦୁଃଖରୁ ମୁକ୍ତ ହୋଇ ପରମାତ୍ମା ସହିତ ମିଳନର ପର୍ବ ‘ଗୁରୁ ପୂର୍ଣ୍ଣିମା’ ଅଟେ । ଈଶ୍ୱର କୃପା ଦ୍ଵାରା ମନୁଷ୍ୟ ରୂପି ସାଧକକୁ ସଦଗୁରୁ ପ୍ରାପ୍ତି ହୋଇଥାଏ ଏବଂ ଗୁରୁ କୃପା ଦ୍ଵାରା ସାଧକ ଶକ୍ତିଶାଳୀ ହୋଇ ଅସାଧ୍ୟ ସାଧନ କରିବାରେ ସଫଳ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସମିତି ପକ୍ଷରୁ ରାମେଶ୍ୱର ଦାସ, ବିଶ୍ୱଜିତ୍ ସରକାର, ବନାରସି ପ୍ରସାଦ, ଦିଲ୍ଲୀପ ମହାନନ୍ଦିଆ, ଶୁଭେନ୍ଦୁ ନାୟକ, ଉଜ୍ଜ୍ୱଳ ଚନ୍ଦ୍ର ମହନ୍ତ, ବିଶ୍ୱମ୍ବର ମହାନ୍ତି, ଦେବଜୀତ ସତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ, ସୁରେନ୍ଦ୍ର ଅଗ୍ରୱାଲ, ପର୍ଶୁରାମ ବଡାଇକ, ମଧୁଦେବି ଭର୍ମା, ପ୍ରୀତି ବିଶ୍ଵକର୍ମା, ସୁନୀତା ଅଗ୍ରୱାଲ, ସୁନୀତା ସାହୁ, ଅନିତା ମାଝୀ, ସ୍ଵପ୍ନା ପଟ୍ଟନାୟକ, ଲଳିତା ପୋଦାର, ଅନ୍ନପୂର୍ଣ୍ଣା ଗୌତମ ସହଯୋଗ କରିଥିଲେ ତଥା ମନୋରଂଜନ ବେହେରା ଶ୍ରୀ ଆଶାରାମାୟଣ ପାଠ କରାଇଥିଲେ ତଥା ଜୟଶଙ୍କର ଗୌଡ଼ ଓ ସମୀର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଉପସ୍ଥିତ ସଜନ ମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା ।

Leave A Reply

Your email address will not be published.