oom

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଲିଟିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନଙ୍କ ଚାକିରିରୁ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଚେୟାରମ୍ୟାନ ଚୂଡାମଣି ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏବିଇଓ ସୁଶାନ୍ତ କୁମାର ପାଣ୍ଡେ, ସମ୍ମାନିତ ଅତିଥି ଭାବରେ ସିଆର୍‌ସିସି ଦୁର୍ବାଦଳ ବଡ଼ଗୁଛିଆ, ସୀତାରାମ ଦୀପ, ପୂର୍ବତନ ସିଆର୍‌ସିସି ପ୍ରେମରାଜ ପଧାନଙ୍କ ସହିତ ପ୍ରଦୀପ ଭୋଇ, ଶୈଳେନ୍ଦ୍ର ନାରାୟଣ ମିଶ୍ର, ଜ୍ୟାକବ ନନ୍ଦ, ଚାରୁ ଚରଣ ବିଶ୍ଵାଳ, ମାଧବ ଚନ୍ଦ୍ର ସାହୁ ପ୍ରଭୃତି ଶିକ୍ଷକଗଣ ଏବଂ ବୁଦ୍ଧଦେବ ଦାଶ, ଆଶିଷ ତ୍ରିପାଠୀ, ଜନାର୍ଦନ ବାରିକ ଆଦି ଅଫିସ କର୍ମଚାରୀ ସଭାରେ ଅଂଶ ଗ୍ରହଣ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ ବିଦ୍ୟାଳୟର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ କମିଟିର ସହମତି ଭିତ୍ତିରେ କରୁଥିଲେ ବୋଲି ସ୍କୁଲ ଚେୟାରମ୍ୟାନ ମତ ପ୍ରକାଶ କଲେ ଏବଂ ଖାଲି ସ୍ଥାନରେ ଶୀଘ୍ର ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଏବିଇଓଙ୍କୁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଭ୍ୟସଭ୍ୟା ବିଦାୟୀ ଶିକ୍ଷକଙ୍କୁ ବିଭିନ୍ନ ଉପଢୌକନ ପ୍ରଦାନ କଲେ । ବିଇଓ ଅଫିସ ତରଫରୁ ପ୍ରୋଭିଜନାଲ ପେନସନ୍ ମଞ୍ଜୁରୀ ଚିଠି ସାଙ୍ଗକୁ ଏକ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଗଲା । ଶିକ୍ଷକ ପ୍ରେମରାଜ ପଟେଲ ସଭା ସଂଯୋଜନା କରିଥିଲେ ଏବଂ ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.