ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଏକ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଆବାହକ ଧିରେନ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବଡ ଶତପଥୀ ଯୋଗ ଦେଇଥିଲେ । ସଭା ଆରମ୍ଭରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦିଲ୍ଲୀପ କୁମାର ବେହେରା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଭା ଆରମ୍ଭରୁ ଭଗବାନ ନୃସିଂହ ମହାପ୍ରଭୁଙ୍କର ପ୍ରତିଛବିରେ ଅତିଥି ମାନେ ପୁଷ୍ପ ପ୍ରଦାନ ସହ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇ ଯାଇଥିବାରୁ ତାଙ୍କୁ ” ଆଦର୍ଶ ଶିକ୍ଷକ ” ସମ୍ମାନରେ ସମ୍ମାନିତ କରି ମାନପତ୍ର ପୁପ୍ପଗୁଛ ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ସାମ୍ବାଦିକ ବଡ ଶତପଥୀ, ସୁରଥ ସାହୁ, ଲୁଲୁ ସାହୁଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅତିଥି ମାନେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କୁ ଶିକ୍ଷକ ସମାଜର ଜଣେ ପଥ ପ୍ରଦର୍ଶକ ବୋଲି ମତ ବ୍ୟକ୍ତ କରିଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post