om academy

ସୋରଡା ସ୍ଥିତ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ଓ ବରାଡି-ଅଗ୍ନିଦଣ୍ଡ ପକ୍ଷରୁ ମେଲଣ ସମାବେଶ ଓ ସମ୍ବର୍ଦ୍ଧନା

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡା ସ୍ଥିତ ଶ୍ରୀ ଶ୍ରୀ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ତଥା ବରାଡି ଅଗ୍ନିଦଣ୍ଡ ସାରୁଆ ସାହି ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡଯାତ୍ରାର ଶେଷ ସମାରୋହ ଦିବସରେ ହରିହର ମିଳନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ ସମ୍ପନ ହୋଇଯାଇଛି । ଏହି ଅବସରରେ ଦଣ୍ଡବିଧାନଯାତ୍ରାରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବହୁ ଅଧିକାରୀ, ସାଂସ୍କୃତିକ ସଂଯୋଜନାରେ ଅଂଶୀଦାର ଥିବା ବ୍ୟକ୍ତି ବିଶେଷ୍ୟଙ୍କୁ ଏହି ମେଲଣ ପର୍ବରେ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ‌ସ୍ୱାଇଁଙ୍କ ପୌରହିତରେ ଦଣ୍ଡପାର୍ଟିର ସଭାପତି ଶରତ ଚନ୍ଦ୍ର ପଣ୍ଡା, ନୀଳମଣୀବାବୁ ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ, ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶିବରାମ ପ୍ରଧାନ ଓ ମୁଖ୍ୟ ପରିଚାଳକ ସ୍ନେହସୁଧା ପଟ୍ଟନାୟକ ଓ ନାଟ୍ୟ ମଞ୍ଚ ନିର୍ଦ୍ଦେଶକ ନାଟ୍ୟସୂର୍ୟ୍ୟ ଦେବେନ୍ଦ୍ର ଶର୍ମା (ଛତ୍ରପୁର) ଏବଂ ସୋରଡାର ପ୍ରମୁଖ କଳାକାର ଓ ସାଂସ୍କୃତିକ ମୁଖ୍ୟ ମାନଙ୍କୁ ପୁଷ୍ପମାଲ୍ୟ ସହ ଉତ୍ତରୀୟ ଦେଇ ସାମ୍ମାନୀତ କରାଯାଇଛି । ଏହିମହାନ କାର୍ୟ୍ୟପାଇଁ ଦାଣ୍ଡକଳା ନୃତ୍ୟର କର୍ମକର୍ତ୍ତା ଓ ଉଦ୍ୟକ୍ତାଙ୍କୁ ବିଭିନ୍ନ ମହଲରେ ଭୂୟସୀ ପ୍ରସଂସା କରାଯାଇଛି ।

Leave A Reply

Your email address will not be published.