ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଜେଲ ରୋଡ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ୱ ଓ ସଂଯୋଜନାରେ ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଦାଶ, ବ୍ରଜେନ୍ଦ୍ର ଦାଶ, ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଏକାକାର କରେ ସଂପର୍କରେ ମତାମତ ପ୍ରଦାନ କରିଥିଲେ। ସଭାପତିତ୍ୱ ଅଭିଭାଷଣ ସହ ପ୍ରଫେସର ସାହୁ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖି କହିଲେ ଯେ ସମାଜର ହିତ ପାଇଁ ସାହିତ୍ୟର ସୃଷ୍ଟି ହୋଇଥାଏ । ସାହିତ୍ୟ ଯୋଗୁଁ ବିଶ୍ୱର କୋଣ ଅନୁକୋଣରୁ ଲୋକଙ୍କ ମଧ୍ୟରେ ଭାବ ସହ ସଂସ୍କୃତି ଆଦାନପ୍ରଦାନ ହୋଇଥାଏ । ପରସ୍ପର ମଧ୍ୟରେ ସହଭାଗିତା ସହ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରେ । ତେଣୁ ସାହିତ୍ୟିକମାନେ ଏ ଦିଗରେ ଧ୍ୟାନ ଦେଇ ସାହିତ୍ୟ ସୃଷ୍ଟି କଲେ ତାହା ଜନମାନସରେ ଆଦୃତ ହେବା ସହ ବିଶ୍ଵକୁ ଏକତାର ରଜ୍ଜୁରେ ବାନ୍ଧି ରଖିପାରିବ । ସାଧାରଣ ସଂପାଦକ ଡ. ଲେଙ୍କା ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅକ୍ଷୟ କୁମାର ଦାସ ଓ କପିଳ ଚନ୍ଦ୍ର ବାରିକ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ, ମୀନକେତନ ପଶାୟତ, ଅଶୋକ ପଟ୍ଟନାୟକ, ବ୍ରହ୍ମାନନ୍ଦ ପାଢୀ, ବ୍ରଜେନ୍ଦ୍ର ଦାଶ, ନୃସିଂହ ଚରଣ ବିଶ୍ୱାଳ, ବସନ୍ତ ବିଶ୍ୱକର୍ମା, ଡା.ମନୋଜ କୁମାର ନାୟକ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଭୂପେନ ମହାପାତ୍ର, ବିଭୁ ନାୟକ, ଲକ୍ଷ୍ମଣ ନାଥ ଦାସ, ଜ୍ଞାନରଂଜନ ମିଶ୍ର, ପ୍ରଫୁଲ୍ଲ ସାମଲ, ପ୍ରଣତୀ ସିଂହ, ବି.ବି. ଦାଶ, ଏସ୍ .କେ.ଦାଶ, ଉମାଶଙ୍କର ତିୱାରୀ, ରେଖା ସିଂହ, ପ୍ରଣତୀ ଲେଙ୍କା ଓ ସୁନିଲ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡ. ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।