shyamal

ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ବଲାଙ୍ଗିର ନାଗରିକ କମିଟିର ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ସହ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟି ମୂଳରୁ ବିରୋଧ କରିଆସିଛି । ଟାଟା ପାୱାର ଜବରଦସ୍ତି ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ୍‌ ଉପଭୋକ୍ତଙ୍କ ଉପରେ ବ୍ରିଟିସ୍‌ ରାଜତ୍ୱ ନୀତିରେ ଆର୍ଥିକ ବୋଝ ଲଦିଚାଲିଛି । ଉପଭୋକ୍ତାମାନେ ଟାଟା ପାୱାରର ଅତ୍ୟାଚାରକୁ ସହିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ବଲାଙ୍ଗିର ନାଗରିକ କମିଟି ଏହାର ପ୍ରତିବାଦ କରିବା ପୂର୍ବକ ସୁପରିଟେଣ୍ଡିଙ୍ଗ ଇଂଜିନିୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଦାବିପତ୍ର ପ୍ରଦାନ କରିସାରିଛି । ମାତ୍ର ତାହା ଅଭିଳଶିତ ସ୍ତରରେ ଫଳପ୍ରସୁ ହୋଇ ପାରିନାହିଁ । ତେଣୁ ଏ କ୍ଷେତ୍ରରେ ବ୍ୟାପକ ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ବଲାଙ୍ଗିରର ସମସ୍ତ ସମାଜିକ ଅନୁଷ୍ଠାନମାନଙ୍କୁ ନେଇ ନାଗରିକ କମିଟି ଏକ ବୈଠକ କରିଛି । ବୈଠକରେ ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିଲେ । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଭାର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ର, ବଲାଙ୍ଗିର ଯାଦବ ସମାଜର ସଂପାଦକ ବସନ୍ତ କୁମାର ଷାଣ୍ଡ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନରୁ ଦେବାଶିଷ, ଯୁବ କୁଲୁତା ସମାଜରୁ ଅସୀମ କୁମାର ଭୋଇ, ମେହେର ସମାଜର ସଭାପତି ଇଂ. ହରେକୃଷ୍ଣ ମେହେର, ବଲାଙ୍ଗିର ୟୁଥ ଏକ୍ସନ୍‌ କମିଟିରୁ ବିନୋଦ କାଲସାଏ, ବରିଷ୍ଠ ନାଗରିକ ମଂଚର ସଂପାଦକ ଅଶୋକ କୁମାର ଚାନ୍ଦ, ବଲାଙ୍ଗିର ସଂସ୍କୃତ ପରିଷଦର ପ୍ରତିନିଧି, ସ୍ମାଇଲ ଫର ଅଲ୍‌ର ପ୍ରତିନିଧି, ନାଗରିକ କଲ୍ୟାଣ ମହାସଂଘର ପ୍ରତିନିଧି ଗୌର ଚନ୍ଦ୍ର ପୁରୋହିତ, ଏକ୍ସନ୍‌ କମିଟିର ପୁରୋଧା ତଥା ରାଜନେତା ଗୋପାଲଜୀ ପାଣିଗ୍ରାହୀ, ସୁମିତ ପୁରୋହିତ, ଶିବନାରାୟଣ ରଥ, ରିତୁରାଜ ସିଂ, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଗୋପବନ୍ଧୁ ପୁରୋହିତ, ଜୟରାମ ମିଶ୍ର, ବିରଂଚି ବହିଦାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜସ୍ୱ ମତ ପୋଷଣ କରିଥିଲେ । ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ବଲାଙ୍ଗିରର ସମସ୍ତ ସାମାଜିକ ଅନୁଷ୍ଠାନମାନଙ୍କୁ ନେଇ ଆନ୍ଦୋଳନକୁ ତ୍ୱରାନ୍ୱିତ ତଥା କ୍ଷିପ୍ର କରିବା ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବ । ଉପସ୍ଥିତ ଥିବା ସାମାଜିକ ସଂଗଠନର ପ୍ରତିନିଧି ବୃନ୍ଦ ନାଗରିକ କମିଟିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସବୁ ପ୍ରକାରର ସାହଯ୍ୟ ସହଯୋଗ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ । ଶେଷରେ ନାଗରିକ କମିଟିର ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.