ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ତିରୁପତି ମେହେର, ପରିଚାଳନା କମିଟି ସଭାପତି ଅସୀମ ବେହେରା, ସଦସ୍ୟ ଟଙ୍କଧର ସାହୁ, ବସନ୍ତ ବିଭାର ପ୍ରମୁଖ ଯୋଗଦାନ କରି ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡିଳେଶ୍ଵର ଭୋଇ ପରିଚାଳନା କରିଥିଲେ । ଏହି ପରିପେକ୍ଷୀରେ ରକ୍ତଦାନ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ତ୍ୱାବଧାନରେ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୧୦୦ ମିଟର ଦୌଡ଼, ୨୦୦ ମି, ୪୦୦ ମି, ୮୦୦ ମି, ୧୫୦୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ୍, ଡ଼ିସ୍କସ୍ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା । କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷକ ହିମାଂଶୁ ମେହେର, ରାଜକିଶୋର ବଗର୍ତି, ଭୁବାନୀଶଙ୍କର ବାରିକ, ଭୁବାନୀ ମିଶ୍ର, ମମତା ପୁରୋହିତ, ଆଶିଷ ଦର୍ଜୀ ଓ ଲମ୍ବୋଦର ତାକ୍ରୀ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଅଧ୍ୟାପକ ଶଶୀଭୁଷଣ ପ୍ରଧାନ ଓ ସ୍ୱପ୍ନାଞ୍ଜଳୀ ପଟେଲ ତତ୍ତ୍ୱାବଧାନରେ ୱାଇଆର୍ସି ଓ ଏନ୍ସିସି ଛାତ୍ରଛାତ୍ରୀମାନଙ୍କ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପିକା ଅନିମା ନନ୍ଦ, ସଂଗୀତା ମହାକୁଡ଼, ରମ୍ୟା ବିଚା, ସନ୍ତୋଷିନୀ ତ୍ରିପାଠୀ ଓ ବବିତା କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ନୂଆ ଓଡିଶା ଓ ଯୁବ ଓଡିଶା ଉତ୍ସବରେ ସ୍ଥାନୀୟ ବିଧାୟିକା ଆସିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଦୁର୍ଭାଗ୍ୟ ବିଷୟଯେ ନ ଆସିବାରୁ ଛାତ୍ରଛାତ୍ରୀ ମଧ୍ୟରେ ନିରାଶା ଦେଖାଯାଇଥିଲା । ଏହା ସହିତ ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀ ମେହେରଙ୍କ ମଧ୍ୟ ସେତିକି ଉତ୍ସାହ ନ ଥିବା ଦେଖିବାକୁ ମିଳିଥିଲା ।