ଦୟଣାଚୋରି ସାହିତ୍ୟ ଆସର

  • ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ ପ୍ରସିଦ୍ଧ ଦୟଣାଚୋରି ଯାତ୍ରା କୁଞ୍ଜ ମେଳନ ଉପଲକ୍ଷେ ଘୋରଡିଆ ନୋଡାଲ ହାଇସ୍କୁଲ ପରିସରରେ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ସାରସ୍ୱତ ମହୋତ୍ସବରେ ପ୍ରଫେସର ତଥା ସାହିତ୍ୟିକ ଶଶାଙ୍କଶେଖର ଚୁଡାମଣି, ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ବ୍ଲକ ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ସମାଜସେବୀ ତଥା କବି ସୁଦର୍ଶନ ପ୍ରଧାନ, ବରିଷ୍ଠ ନାଟ୍ୟକାର ବିଭୁତି ଭୂଷଣ ପଟ୍ଟନାୟକ, ସାହିତ୍ୟିକ ହେମନ୍ତ ଛୋଟରାୟ, ଶିଶୁ ସାହିତ୍ୟିକ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଯୁବ ସାହିତ୍ୟିକ ବିଶ୍ୱ ରଂଜନ ମହାନ୍ତି, କବି ଶରତ ରାଉତ, ସମାଜସେବୀ ବୁଲା ବେହେରା ଓ କବି ମାନସ ରଞ୍ଜନ ପଟ୍ଟନାୟକ ଆଦି ଅତିଥି ଭାବେ ଯୋଗଦେଇ ସାହିତ୍ୟର ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ମାତ୍ରାରେ ସଭା କରାଯାଇ ବିଦ୍ଧିବଦ୍ଧ ସମାଜ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ସାହିତ୍ୟିକ ମାନଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ ଅଟେ ବୋଲି ବକ୍ତବ୍ୟ ରଖିବା ସହ ମାତୃଭାଷାର ପ୍ରଚାର ପ୍ରସାରରେ ବ୍ରତି ହେବାକୁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଧାଉଡ଼ିଆ ସଭାପତିତ୍ବ କରିବା ସହ ମଂଚ ପରିଚାଳନା କରିଥିଲେ । କବିତା ସଂଯୋଜନା କରିଥିଲେ ସାହିତ୍ୟକା ସରୋଜିନୀ ଜେନା ଓ ସାରସ୍ୱତ ସାଧକ ରମେଶ ସ୍ବାଇଁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି, କବୟିତ୍ରୀ ଆସି କବିତା ପାଠ କରିବା ସହ ଅନୁଷ୍ଠାନ ତରଫରୁ ସେମାନଙ୍କୁ ସମ୍ମାନ ପତ୍ର ପ୍ରଦାନ ସ୍ବରୂପ ସମ୍ବୋଧିତ କରାଯାଇଥିଲା । ସୁଦର୍ଶନ ପ୍ରଧାନ, ବିଶ୍ବ ରଂଜନ ମହାନ୍ତି, ବୁଲା ବେହେରା, ଉମେଶ ଚନ୍ଦ୍ର ଦାଶ, ପ୍ରସନ୍ନ ତ୍ରିପାଠୀ, ସୁରଭି ଦ୍ବିବେଦୀ ସହ ଦିବ୍ୟାଙ୍ଗ ଦୀପ୍ତି ରଞ୍ଜନ ପରିଡ଼ାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମାଞ୍ଚଳର କୁନି କୁନି କଳାକାରମାନେ ଭଜନର ତାଳେ ତାଳେ ନୃତ୍ୟ ସଙ୍ଗୀତ ପରିବେଶଣ କରିଥିଲେ । ଗୀତାରାଣୀ ରଣଜିତ୍‌, ଦୁର୍ଗା ପ୍ରସାଦ ସାହୁ, ବାବୁରାମ ଦାସ, ନୀଳାମ୍ବର ନାୟକ, କିଶୋର ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ।

Leave A Reply

Your email address will not be published.