oom

ଚଲକି ଗ୍ରାମରେ ସାମାଜିକ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ସଦର ଗ୍ରାମର ହର୍ଷ କଲେତଙ୍କ ପୁଅ ଦର୍ଶନ(୨୬)ଙ୍କୁ ଶାରୀରିକ ଅସୁସ୍ଥତା ଯୋଗୁଁ ବଲାଙ୍ଗିର ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଗତ ଅଗଷ୍ଟ ୨୮ ତାରିଖ ଦିନ ଦର୍ଶନଙ୍କ ମୃତ୍ୟୁ ଘଟିଥିଲା । ଦର୍ଶନ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ସାମିଲ ହୋଇଥିଲେ । ଶନିବାର କଣ୍ଟାବାଞ୍ଜି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କଠାରେ ଦର୍ଶନଙ୍କ ବାପା ହର୍ଷଙ୍କୁ ଶାଖା ପରିଚାଳକ ସୁଶାନ୍ତ କୁମାର ବେହେରା ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଆସିଷ୍ଟାଣ୍ଟ ପରିଚାଳକ ଜୟରାମ ଅଧିକାରୀ, ସିଏସ୍‌ପି ଇନଚାର୍ଜ ବିଶ୍ୱଜୟ ରାଜପଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.