
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ରପର୍ବ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲାବେଳେ ଏଥିରେ ସହଯୋଗର ହାତ ବଢାଇଛି ଆଦାନୀ ଫାଉଣ୍ଡେସନ । ଆଜି ଏକ ବିଶେଷ ମୂହତ୍ର୍ତ୍ତରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଆଦାନୀ ଫାଉଣ୍ଡେସନ ତରଫରୁ ୬ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଗୋପାଳପୁର ବନ୍ଦରର ବିଜନେସ ମୁଖ୍ୟ ସନ୍ଦୀପ ଜୈସୱାଲ ଏହି ଚେକ୍ ଶ୍ରୀ ପରିଡାଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଶ୍ରୀ ଜୈସୱାଲ କହିଛନ୍ତି ଯେ ଏହି ସହଯୋଗ ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଐତିହର ସଂରକ୍ଷଣ ସହ ସ୍ଥାନୀୟ ପରମ୍ପରାକୁ ପ୍ରୋତ୍ସାହନ କରିବ ଯାହା ଆଦାନୀ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରା ଭଳି ଏକ ପୁରାତନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିବାରୁ ଆଦାନୀ ଫାଉଣ୍ଡେସନ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ଶ୍ରୀ ଜୈସୱାଲ କହିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଦାନୀ ଫାଉଣ୍ଡେସନର ଏହି ସହଯୋଗକୁ ପ୍ରଶଂସା କରିବାସହ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ତଥା ଅନ୍ୟାନ୍ୟ ଜରୁରୀ ସେବାକୁ ଉନ୍ନତ କରିବା ଆଦି କ୍ଷେତ୍ରରେ ଏହି ପାଣ୍ଠିର ସୁବିନିଯୋଗ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବନ୍ଦରର ଶିଳ୍ପ ସମ୍ପର୍କ ମୁଖ୍ୟ, ଭକ୍ତବନ୍ଧୁ ଶତପଥୀ ଏବଂ ସିଏସ୍ଆର୍ ବିଭାଗ ମୁଖ୍ୟ ଦେବଦତ୍ତ ମିଶ୍ର ଉପସ୍ଥିତ ଥିଲେ ।