om academy

ଚିକିତ୍ସା ଦାୟିତ୍ଵ ନେଲା ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନ

jsm

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଖଇରଭାଡି ଗାଁର ନିର୍ମଳ ବାଗ ଏବଂ ରଞ୍ଜିତା ବାଗଙ୍କ ପୁଅ ଓମ୍ ବାଗ(୫)ର ବେକରେ ମାଂସ ବୃଦ୍ଧି ହେବାରେ ଲାଗିଛି । ହେଲେ ଅର୍ଥ ସାଜିଛି ବାଧକ । ନିର୍ମଳ କୁଲି ମଜୁରୀ କାମ କରି ପରିବାର ଚଳାନ୍ତି। ପଇସା ନ ଥିବାରୁ ପୁଅର ଚିକିତ୍ସା ହୋଇ ପରୁନଥିଲା । ଖବର ପାଇ ସେବା ପାଇଁ ସଦା ହାତ ପ୍ରସାରିତ କରିଥିବା ବିଙ୍ଗହ୍ୟୁମନ୍ ଫାଉଣ୍ଡେସନ ଅନୁଷ୍ଠାନର ସଦସ୍ୟ ମାନେ ନିର୍ମଳଙ୍କ ପରିବାରକୁ ଯାଇ ଭେଟିଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗ ସହ କଥା ହେବା ପରେ ଖୁବ୍ ଶୀଘ୍ର ଓମ୍ ର ଚିକିତ୍ସା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.