jsm

ଇନ୍‌ପୁଟ୍ ସବସିଡି ପାଇଁ ଚାଷୀ ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ଠାରେ ରାଜ ବୋଡାସ‌ମ୍ବର କୃଷକ ସଂଗଠନ ତରଫରୁ ଆଜି ସୋମବାର ଦିନ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପଂଚାୟତର ବହୁ ଚାଷୀଙ୍କର ଧାନ ରୋଗ ପୋକ ଯୋଗୁଁ ନଷ୍ଟ ହୋଇ ଯାଇଥିବାରୁ ଆଗାମୀ ଦିନରେ କେମିତି ଇନପୁଟ ସବସିଡି, ବୀମା ଟଙ୍କା ପାଇ ପାରିବେ ଏବଂ ଯେଉଁ ମାନଙ୍କର ଧାନ ଠିକ ଅଛି ସେମାନେ ସଠିକ୍‌ ଭାବରେ ଧାନ ବିକି ପାରିବେ ତାକୁ ନେଇ ଏକ ସଭା ହୋଇଥିଲା । ସଭାରେ କରୋନା କଟକଣା ଅନୁଯାୟୀ ସମସ୍ତ ଚାଷୀ ମାସ୍କ ଏବଂ ସାମାଜିକ ଦୂରତା ସହ ଉପସ୍ଥିତ ରହିଥିବା ବେଳେ ଜୟ କିଶାନ କୃଷକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ସଭାରେରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୁତନ କୃଷି ବିଲ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ଜୟ କିଶାନ କୃଷକ ସଂଗଠନର ରମେଶ ମହାପାତ୍ର, ରାଜ ବୋଡାସମ୍ବର କୃଷକ ସଂଗଠନର ଅଶୋକ ସହୁ, ରୋହିତ ପଧାନ ପ୍ରମୁଖଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.