oom

ପାଟଣାଗଡ଼ ଜବାହରଲାଲ କଲେଜ ଶାଗୁଆନ ଗଛ କାଟିବା ଘଟଣା

jsmm
  • ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ନାମରେ ଥାନାରେ ଅଭିଯୋଗ କଲେ ସାପ୍ତାହିକ ଖବରକାଗଜର ସଂପାଦକ ପ୍ରହଲ୍ଲାଦ ପାଢ଼ି
  • ସଭାପତି ଓ କଲେଜ ଅଧ୍ୟକ୍ଷଙ୍କ ଜ୍ଞାତ ସାର ଶାଗୁଆନ ଗଛ କଟା ଯାଇଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ସାପ୍ତାହିକ ଖବରକାଗଜର ସମ୍ପାଦକ ପ୍ରହଲ୍ଲାଦ ପାଢି ପାଟଣାଗଡ଼ ଥାନାରେ ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟାନନ୍ଦ ସେଠୀ ଓ ଜବାହରଲାଲ କଲେଜର ଅଧ୍ୟକ୍ଷ ଦେବରାଜ ମିଶ୍ରଙ୍କ ନାମରେ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କଲେଜ ପରିସରରୁ ସାଗୁଆନ ଗଛ ଚୋରି ଏବଂ କଲେଜର ସମ୍ପତ୍ତି ଆତ୍ମସାତ କରିଥିବାରେ ସଭାପତି ଓ କଲେଜ ଅଧ୍ୟକ୍ଷ ଦୁଇଜଣଙ୍କ ସମୃକ୍ତ ଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କାର ଶାଗୁଆନ ଗଛ କାଟି କେତେ ଖଣ୍ଡ ଶାଗୁଆନ ଖଣ୍ଡ ଚୋରି କରି ଆତ୍ମାସାଦ କରିଥିବା ବେଳେ କେତେ ଖଣ୍ଡ ଶାଗୁଆନ ଗଣ୍ଡିକୁ କଲେଜର ଏକ କୋଠରୀରୁ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଥିଲା ବୋଲି ଶ୍ରୀ ପାଢ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ କଲେଜର ସମସ୍ତ ସମ୍ପତ୍ତିର ମାଳିକାନା ଦାୟିତ୍ଵ ଯେହେତୁ କଲେଜ ପରିଚାଳନା କମିଟିର ସଭାପତି ଓ ଅଧ୍ୟକ୍ଷଙ୍କର ରହିଛି । କଲେଜ ପରିସରରୁ ଶାଗୁଆନ ଗଛ କାଟିବା ଏମାନଙ୍କ ଜ୍ଞାତସାରରେ କଟାଯାଇଛି ବୋଲି ଅଭିଯୋଗ କରିଛନ୍ତି । କଲେଜରୁ ଗଛ କାଟି ଆତ୍ମସାତ କରିଥିବାରୁ ଏହାର ତଦନ୍ତ କରି ସଭାପତି ଦାୟିତ୍ୱରେ ଥିବା ସଭାପତି ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ଓ ଅଧ୍ୟକ୍ଷ ଦେବରାଜ ମିଶ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.