ତରଭାରେ ସଡ଼କ ସୁରକ୍ଷାର ବାର୍ତ୍ତା ଦେଉଛି ସଚେତନତା ରଥ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ସଡ଼କ ସୁରକ୍ଷା ମାସ ଅବସରରେ ତରଭା ସହରରେ ଘୁରି ବୁଲୁଛି ସଚେତନତା ରଥ । ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନତା କରୁଛି । ସଡ଼କ ସୁରକ୍ଷା ନିୟମାବଳୀକୁ ମାନି ଚଳିବା ଯଥା – ବାଇକରେ ଦୁଇ ଜଣରୁ ଅଧିକ ନ ବସିବା, ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ଗାଡ଼ି ଚଳାଇବା ସମୟରେ ଫୋନରେ କଥା ନ ହେବା ଇତ୍ୟାଦି ବିଷୟରେ ସତର୍କ କରୁଥିବା ସହ ପ୍ରତି ୱାର୍ଡକୁ ୱାର୍ଡ ଯାଇ ମଧ୍ୟ ଲୋକମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଷୟରେ ସତର୍କ ସୂଚନା ଦେଉ ଥିବାର ଖବର ମିଳୁଛି ।

Leave A Reply

Your email address will not be published.