ବଲାଙ୍ଗିରରେ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ବଲାଙ୍ଗିର ବନ ବିଭାଗ ପକ୍ଷରୁ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ ହୋଇଯାଇଛି । ବର୍ତ୍ତମାନ ସମୟରେ ହାତୀ ସଂରକ୍ଷଣ ଏକ ବିରାଟ ଚ୍ୟାଲେଂଜ ହୋଇ ଆମ ସାମ୍‌ନାକୁ ଆସିଥିବା ବେଳେ ଏହି ର‍୍ୟାଲି ଦ୍ୱାରା ଜନସାଧାରଣରେ ସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ବିଶ୍ୱାସ କରାଯାଉଛି । ତେବେ ରେଂଜ ଅଧିକାରୀ ନବୀନ ପଣ୍ଡାଙ୍କ ନେତୃତ୍ୱରେ ଏହି ସଚେତନତା ର‍୍ୟାଲି ଭାଗିରଥୀ ଛକ ନିକଟସ୍ଥ ପୁରୁଣା ଡିଏଫ୍‌ଓ କାର୍ଯ୍ୟାଳୟରୁ ବାହାରି ନୂତନ ଭାବେ ନିର୍ମିତ ଆର୍‌ଟିଓ ଛକ ନିକଟସ୍ଥ ଡିଏଫ୍‌ଓ କାର୍ଯ୍ୟାଳୟରେ ପହଂଚିଥିଲା ।

Leave A Reply

Your email address will not be published.