ବହଲପଦର ହାଇସ୍କୁଲରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଦମୟନ୍ତୀ ହାଇସ୍କୁଲ, ବହଲପଦରଠାରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସି.ଏଚ୍‌.ସି, ଜାମଗାଁ ତରଫରୁ ସୁନୀଲ କୁମାର ଖଟୁଆ ଓ ବ୍ଲେସିନା ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର । ଏହି ଅବସରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ କୌଶଲ୍ୟା ପଧାନ ପ୍ରଥମ, ରାହୁଲ ମହାନନ୍ଦ ଦ୍ୱିତୀୟ, ଅନୁପମା ପଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଯୋଶୀ ଛତ୍ରିଆ ପ୍ରଥମ, ରାହୁଲ ମହାନନ୍ଦ ଦ୍ୱିତୀୟ, ଅଜିତ କୁମାର ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଠିକ୍‌ ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଆୟୁଷ ସେଠ୍‌ ପ୍ରଥମ, କୌଶଲ୍ୟା ପଧାନ ଦ୍ୱିତୀୟ, ବାକିନ୍‌ ଛତ୍ରିଆ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଶ୍ରୀ ବାରିକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!