oom

ବାନ୍ଦୁପଳା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ପ୍ରୟାସ ପକ୍ଷରୁ ମୁରିବାହାଲ ବ୍ଲକ ବାନ୍ଦୁପଳା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାର ଆୟୋଜକ ତଥା ପଞ୍ଚାୟତ ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେର, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଜିଆର୍‌ଏସ୍‌ ରାଜେନ୍ଦ୍ର ପ୍ରସାଦ ବେହେରା, ଯୋଗାଣ ସହାୟକ ଓ ଜିଓ ଟ୍ୟାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ପରେ ଆମ ଓଡିଶା ନବୀନ ଓଡିଶାରେ ବାନ୍ଦୁପଳା ପଞ୍ଚାୟତକୁ ଆସିଥିବା ଅନୁଦାନ ଘୋଷଣା କରିଥିଲେ । ଏହାପରେ ଦୁଶିମଣି ପ୍ରଧାନୀଙ୍କ ସହ ବିଭିନ୍ନ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ସଚେତନଧର୍ମି ଷ୍ଟଲ ଖୋଲାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କ ସହ ଅନ୍ୟମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏମ୍‌ବିକେ, ସିଆର୍‌ପି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ପଞ୍ଚାୟତର ସମସ୍ତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.