ପାଇକମାଲରେ ମୋ’ ସ୍କୁଲ ଅଭିଯାନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ମୋ ସ୍କୁଲ ଅଭିଯାନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଜନକଲାଲ ମେହେର, ଶିବ ପ୍ରସାଦ ଯୋଷୀ ଏବଂ ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ । ସଭାରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମହାଦେବ ବେହେରା, ମୋ ସ୍କୁଲ ଅଭିଯାନର ସଭାପତି ଡ଼ୋଲାମଣି ମାହାର ଓ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷୟିତ୍ରୀ ଦୀପାଞ୍ଜଳି ବରିହା, ସୋନାଲି ମହାଲିକ ଓ ବିଭିନ୍ନ ଗ୍ରାମର ଅଭିଭାବକ ତଥା ଭଦ୍ରବ୍ୟକ୍ତି ପ୍ରମୁଖ ଯୋଗଦେଇ ଏହି ବିଦ୍ୟାଳୟର ଉନ୍ନତିକରଣ ପାଇଁ ସେଚ୍ଛାକୃତ ଭାବେ ସମୁଦାୟ ୧୦୪୦୦ ଟଙ୍କା ରାଶି ସଂଗ୍ରହ କରି ସ୍କୁଲକୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି ଆଗରୁ ଏହି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନରେ ୧୮୪୭୦୧ ଟଙ୍କା ସଂଗ୍ରହ କରାଯାଇ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ କରାଯାଇଛି । ଶେଷରେ ବିଦ୍ୟାଳୟର ସଭାପତି ପୁନୀତରାମ ସୋନୀ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.