ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜର ପରଜା ପରାଣଧନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥୀ ଅବସରରେ ଶ୍ରୀରାମଚନ୍ଦ୍ର ଲାଇବ୍ରେରୀ (ଜୁବିଲୀ ଲାଇବ୍ରେରୀ) ପରିସରରେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠାନର ଆୟୋଜନ କରାଯାଇଥିଲା । ଏତଦବ୍ୟତୀତ, ତିରିଶ ଜଣ ଉଦ୍ୟମୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶ୍ରମତୀ ଉତ୍ତରା ତ୍ରିପାଠୀଙ୍କ ବଦାନ୍ୟ ଅନୁଦାନରୁ ପଠନ କକ୍ଷ “ଉତ୍ତରା ଷ୍ଟଡ଼ି ସେଣ୍ଟର” ଉନ୍ମୋଚିତ ହୋଇଥିଲା । ମୟୁରଭଞ୍ଜର ମହାରାଣୀ ରଶ୍ମି ରାଜ୍ୟଲଷ୍ମୀ ଦେବୀ, ଡ଼ଃ ଅଶୋକ ତ୍ରିପାଠୀ, ଶ୍ରୀମତୀ ଉତ୍ତରା ତ୍ରିପାଠୀ, ନଗରପାଳ କୃଷ୍ଣ।ନନ୍ଦ ମହାନ୍ତି, ଡ଼ଃ ମୋହିତ ଷଡଙ୍ଗୀ, ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖଙ୍କ ସଦୟ ଉପସ୍ଥିତି କାର୍ଯ୍ୟକ୍ରମକୁ ଅନୁପ୍ରେରିତ କରିଥିଲା । ଲାଇବ୍ରେରୀ ପରିଚାଳନା ପରିଷଦର ସଭାପତି ଜୟନ୍ତ କୁମାର ପାଲ, କୋଷାଧ୍ୟକ୍ଷ ଆଶିଷ ମହାନ୍ତି, ସଦସ୍ୟ ପ୍ରଦୀପ କୁମାର ଲେଙ୍କା, ବିଜୟ ମହାପାତ୍ର, ବଳଦେବ ଶତପଥୀ, ସମୀର ସାହୁ, ମନୋଜ କୁଅଁର, ରଞ୍ଜନ ବାନାର୍ଜୀ, ପ୍ରଦୀପ ମିସ୍ତ୍ରୀ ଶ୍ରୀମତୀ(ଡ଼ଃ) ବନଜା ମହାନ୍ତି, ଶ୍ରୀମତୀ(ଡ଼ଃ) ଚନ୍ଦ୍ରାବତୀ ମହାପାତ୍ର ଓ ଲାଇବ୍ରେରୀଆନ କନିକା ସେନାପତି ପ୍ରମୁଖ ସହଯୋଗୀତା କରିଥିଲେ । ଖଗେଶ୍ୱର ମଲ୍ଲିକ, ପଠନରତ ସମସ୍ତ ଛାତ୍ର ଛାତ୍ରୀ ଏବଂ ଲାଇବ୍ରେରୀ ବିଜ୍ଞାନର ଶିକ୍ଷାନବୀଶ ମାନଙ୍କ ଅକୁଣ୍ଠ ପରିଶ୍ରମ ଆଜିର କାର୍ଯ୍ୟକ୍ରମକୁ ସଫଳ କରିଥିଲା । ଲାଇବ୍ରେରୀର ସମ୍ପାଦକ ଅଶୋକ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିବା ସହିତ ସମ୍ପୃକ୍ତ ସମୁଦାୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।