ରୁଗୁଡିପାଲି ଛକ ନିକଟରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରୁଗୁଡିପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ବଲାଙ୍ଗିର ଭୀମ ମୋଇ ମେଡିକାଲ କେଲଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ମନୋଜ ଛତ୍ରିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉପରଝର ପଟୁ ରୁଗୁଡିପାଲୀ ଗାଁକୁ ଏକ ବାଇକ ଯୋଗେ ମନୋଜ ବାହରିଥିବା ସମୟରେ ରୁଗୁଡିପାଲି ଛକ ନିକଟରେ ମନୋଜଙ୍କ ମଟର ସାଇକେଲରେ ଏକ ମେଣ୍ଢା ଲାଗି ଯାଇଥିଲା । ଫଳରେ ମନୋଜ ତଳେ ପଡିଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମଡେିକାଲ କଲେଜ ଓ ହସ୍‌ଫିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.