om academy

ରେଳ ଧାରଣା ଉଡାଇ ଦେଲେ ନକ୍ସଲ

jsm

ସୁନ୍ଦରଗଡ : ରେଳ ଧାରଣା ଉଡାଇ ଦେଲେ ନକ୍ସଲ । ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ନକ୍ସଲମାନେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ମନୋହରପୁର ନିକଟ ବିରୁଓ୍ୱା ରେଳଲାଇନ ଉଡ଼ାଇଛନ୍ତି ନକ୍ସଲ । ତେବେ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି ନକ୍ସଲ । ସେଥିପାଇଁ ବିଭିନ୍ନ ଷ୍ଟେସନରେ ଅଟକିଛି ୨୦ରୁ ଅଧିକ ଟ୍ରେନ୍ । ସୂଚନା ଥାଉକି, ପୂର୍ବରୁ ଘୋଷଣା ମୁତାବକ ନକ୍ସଲମାନେ ଆଜି ଭାରତ ବନ୍ଦ ଡାକରା ଦେଇଥିଲେ । ତେବେ ଏହା ପୂର୍ବରୁ ଗୁରୁବାର ନିଜର ସ୍ଥିତି ଜାହିର କରିଛନ୍ତି ନକ୍ସଲ । ସେପଟେ ଏମିତି ଘଟଣା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.