oom

ବରଗଡ଼ ଜିଲ୍ଲାରେ ୬୮ ମିମି ବର୍ଷା ରେକର୍ଡ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ରାତିରୁ ଏ ପର୍ଯ୍ୟନ୍ତ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚିତ ଚଳିତ ମାସ ୨୪ ତାରିଖ ସୁଦ୍ଧା ୬୫୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ୧୨ଗୋଟି ବ୍ଲକ ମଧ୍ୟରେ ଅମ୍ବାଭୋନା ବ୍ଲକରେ ୫୦.୦, ଅତାବିରା ୪୨.୨, ବରଗଡ଼ ୬୮.୫, ବରପାଲି ୬୫.୫, ଭଟଲି ୪୦.୦, ଭେଡେନ ୮୬.୨, ବିଜେପୁର ୬୩.୦ ମିଲିମିଟର, ଗାଇସିଲେଟ ବ୍ଲକ ଅଞ୍ଚଳରେ ୩୦.୦, ଝାରବନ୍ଧ ବ୍ଲକରେ ୬.୦, ପଦ୍ମପୁର ୧୨.୦, ପାଇକମାଳ ୯.୦, ସୋହେଲା ବ୍ଲକରେ ୯୮.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।

jittmm
Leave A Reply

Your email address will not be published.