ବିଧବା ମହିଳାଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଇଛ୍ଛାପାଲି ଗ୍ରାମର ଅସହାୟ ବିଧବା ମହିଳା କନକ ପଧାନଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଟ୍ରଷ୍ଟ ତରଫରୁ ୨୫ କି.ଗ୍ରା ଚାଉଳ, ଡାଲି, ପନିପରିବା ଦିଆଯାଇଛି । ଏହି ଅବସରରେ ଟ୍ରଷ୍ଟର ଜିଲ୍ଲା ପ୍ରଭାରୀ ନାରାୟଣ କୁମ୍ଭାର, ବ୍ଲକ ସୁପରଭାଇଜର ପୀତବାସ ସାହୁ ଏବଂ ଅନ୍ୟ ଗ୍ରାମ ପଞ୍ଚାୟତ କୋଅର୍ଡିନେଟରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.