ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ରାମନବମୀ ଉତ୍ସବ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ମାର୍ଚ୍ଚ ୩୦ ତାରିଖ ପବିତ୍ର ରାମନବମୀ ଦିନଠାରୁ ୭/୪/୨୦୨୩ ତାରିଖ ୯ ଦିନ ପର୍ଯ୍ୟନ୍ତ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଯଜ୍ଞକତ୍‌ର୍ତ୍ତା ଭାବେ ଗ୍ରାମର ସରପଂଚ ଓ ପୂର୍ବତନ ସମିତି ସଭ୍ୟ ନୁରାଚାନ୍ଦ ସାହୁ ଓ ସହଧର୍ମିଣୀ ପୁଷ୍ପାଞ୍ଜଳି ସାହୁ ପୂଜା କାର୍ଯ୍ୟ ତୁଲାଇଥିଲେ । ପୂଜକ ଭାବେ ଶେଷଦେବ ମିଶ୍ର ବରଣ ହୋଇଥିଲେ । ରାମନବମୀଠାରୁ ପ୍ରତ୍ୟହ ସକାଳ ୧୦ ଘଟିକାରୁ ରାମାୟଣ ପଠନ କରୁଥିଲେ ହରିହର ପାଢି । ଆଖପାଖ ଅଞ୍ଚଳର ଲକ୍ଷ୍ମଣପାଲି, ଝାଂକରପାଲି, ପାଣ୍ଡେସରା, ଅମାର ମୁଣ୍ଡା ତଥା ଅନ୍ୟାନ୍ୟ ଗ୍ରାମର ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ରାମାୟଣ ଚରିତ ଶ୍ରବଣ କରିବାର ସୁଯୋଗ ନେଉଥିଲେ । ଏହି ଅବସରରେ ପ୍ରତ୍ୟେକ ଦିନ ଭକ୍ତମାନଂକ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ସଂକିର୍ତ୍ତନ ଦଳ ହରେକୃଷ୍ଣ ମହାମନ୍ତ୍ର ସଂକିର୍ତ୍ତନରେ ଗ୍ରାମକୁ ଆନନ୍ଦ ଉଲ୍ଲାସରେ ଉଛୁଳି ପଡୁଥିବା ଦେଖାଯାଉଥିଲା । ଗ୍ରାମର ଓ୍ବାର୍ଡ ମେମ୍ବର ଲିଂଗରାଜ ପଧାନ, କାମଦେବ ସାହୁ, ଶ୍ରୀମତୀ ସଂପତି ରାଉତ, ପ୍ରଶାନ୍ତ ବର୍ଗେ, କମିଟିର ସଭାପତି ରୁକ୍ମଣ ଦେବ ସାହୁ, ସଂପାଦକ ବିନୋଦ ବେହେରା, କୋଷାଧ୍ୟକ୍ଷ ଶରତ ସାହୁ ଓ ସମସ୍ତ ଗ୍ରାମବାସୀ ବୃନ୍ଦଙ୍କ ମିଳିତ ସହଯୋଗରେ ଦୀର୍ଘ ୯ମ ଦିନ ପର୍ଯ୍ୟନ୍ତ ନିର୍ବିଘ୍ନରେ ପାଳିତ ହୋଇଯାଇଛି ।

Leave A Reply

Your email address will not be published.