ନିଷ୍ଠା ପରିବାର ତରଫରୁ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ଶୁଭ ପ୍ରତିଷ୍ଠା ମହୋତ୍ସବ ଅବସରରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପ୍ରତିଷ୍ଠା କମିଟି, ବରଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ବାଳ ଟିକ୍ରା, ଖଣ୍ଡହତା, ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଶ୍ରୀ ପବିତ୍ର କର ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମନୋହର ସାହୁ, ସଭାପତି ରକ୍ଷପାଳ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କ୍ଷୀରୋଦ୍ର ସାହୁଙ୍କ ସମେତ ମହିଳା ଶାଖାର ତ୍ରିପୁରା ସୁହୁଲା, ବିଶ୍ବାଲ ଟିକ୍ରାର ସୌକିଲାଳ କର, ସାନନ୍ଦ ସାହୁ, ଜିତେନ୍ଦ୍ର ତ୍ରିପାଠୀ ଓ ବିଶ୍ବାଲ ଟିକ୍ରାର ଜନସାଧାରଣ ଏବଂ ନିଷ୍ଠାର ସଦସ୍ୟମାନେ ସହଯୋଗ କରିଥିଲେ । ବିଶେଷ କରି ହନୁମାନ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ ।

Leave A Reply

Your email address will not be published.

error: Content is protected !!