oom

ସାଲେପାଲି ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର : ଦଳର ୫୦ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କଲେ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ଓ ବଲାଙ୍ଗୀରର ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଦଳର ସଭ୍ୟମାନଙ୍କ ନିକଟରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରେନ୍ଦ୍ର କୁମାର ପରକିଆ ଓ ସମ୍ମାନିତ ଅତିଥିଭାବେ ଡା ପ୍ରମୋଦ ସାହୁ, ସୁଧାଂଶୁ ଭୂଷଣ ମେହେର, ସରପଞ୍ଚ ନିଲାଞ୍ଚଳ କୁଅଁର ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ବଜରଙ୍ଗ ଦଳର ଜୟଗୋପାଳ ଷଡଙ୍ଗୀ, ମଣ୍ଟୁ ଶାମଲ, ନିତ୍ୟାନନ୍ଦ ଷଡଙ୍ଗୀ, ଶୁଭେନ୍ଦୁ ସାଣ୍ଢ, ଶ୍ରବଣ ସାହୁ, ଅଶ୍ୱିନୀ ଶାମଲ, ରୂପେଶ ପୁଟା, ଗୋବିନ୍ଦ ପଧାନ, ଗତିକୃଷ୍ଣ ସାହୁ, ସିଦ୍ଧାନ୍ତ ଶାମଲ, ବେଣୁଧର ଷଡଙ୍ଗୀ, ସିଧେଶ୍ୱର ପୋଢ଼, ଶ୍ରୀନିବାସ ସାହୁ, ସନ୍ତୋଷ କର୍ମୀ, ଜୟଦେବ ଜାଲ ସହ ସାଲେପାଲି ବଜରଙ୍ଗ ଦଳର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ରଞ୍ଜନ ବରାଡ, ଅଶୋକ ଧଳ, ସୁଶିଲ ସୁନା ଉପସ୍ଥିତ ରକ୍ତ ସଂଗ୍ରହ କରିଥିଲେ ।

jittmm
Leave A Reply

Your email address will not be published.