ବିଜୁ ପଟ୍ଟନାୟକ ରକ୍ତକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତକେନ୍ଦ୍ର ଠାରେ ଗତକାଲି ଅଲ୍‌ ଇଣ୍ଡିଆ ମୋବାଇଲ ରିଟେଲର୍‌ ଏସୋସିଏସନ୍‌ (ଏମ୍‌ରା) ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍‌ରାର ଓଡିଶା ଉପସଭାପତି ରୋହିତ ଜୈନଙ୍କ ଉଦ୍ୟମରେ ଆୟୋଜିତ ଶିବିରରେ ବ୍ୟବସାୟୀ ଅଙ୍କିତ ମିତ୍ତଲ, ବିଷ୍ଣୁ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ରିଷିକେଶ ଅଗ୍ରୱାଲ, ଆଦେଶ ଅଗ୍ରୱାଲ, ଧିରଜ ଅଗ୍ରୱାଲ, ମନିଷ ଛାପଡିଆ ସହଯୋଗ କରିଥିଲେ । ଟେକ୍‌ନିସିଏନ୍‌ ରାଜେନ୍ଦ୍ର ସାହୁ, ଗଜପତି ବେହେରା, କୁନାଲ ଦାସ, ଶିବ ସାହୁ, ସୁନିତା ଭୋଇ, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.