oom

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ନିଷ୍ଠା ଭବନ ଆନ୍ଧ୍ର କେମ୍ଫ ଖଣ୍ଡହଥା ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସମ୍ମାନୀତ ଅତିଥି ଭାବେ ତହସିଲଦାର ସବ୍ୟସାଚୀ ପଣ୍ଡା, ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ସାହୁ ଯୋଗଦେଇ ରକ୍ତଦାନ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ।

ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଅତିଥିମାନେ ଦୀପ ପ୍ରଜ୍ବଳନ କରିବା ପରେ ନିଷ୍ଠା ପରିବାର ତରଫରୁ ଉପଜିଲ୍ଳାପାଳ, ତହସିଲଦାର ଏବଂ ପୌରପରିଷଦର କାର୍ୟନିର୍ବାହୀ ଅଧିକାରୀଙ୍କୁ ହରିଶ୍ଚନ୍ଦ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କରୋନା ମହାମାରୀ ସମୟରେ ଦିନରାତି କରୋନା ରୋଗୀଙ୍କୁ ନେବା ଆଣିବା କରୁଥିବା ୧୧ଜଣ ଆମ୍ବୁଲେନ୍ସ ଚାଳକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କରୋନାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ସୁଧୀର ଭୋସାଗରଙ୍କୁ ମରଣୋତ୍ତର ସମ୍ମାନ ସହ ନିଷ୍ଠା ପରିବାର ତରଫରୁ ତାଙ୍କ ପରିବାରକୁ ନଗଦ ୫୦୦୦ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା ।

ଶେଷରେ ସମସ୍ତ ସଦସ୍ୟଙ୍କ ସର୍ବସ‌ମ୍ମତି କ୍ରମେ ନୂତନ କାର୍ୟକାରିଣୀ କମିଟି ଗଠନ କରାଗଲା । ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ।

jittmm
Leave A Reply

Your email address will not be published.