om academy

ବେନିୟମ ବାଲି ଚାଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟରରୁ ୧୭ ହଜାର ଟଙ୍କା ରାଜସ୍ୱ ଆଦାୟ

jsm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ତହସିଲ ଅନ୍ତର୍ଗତ ଘଣ୍ଟାପଡା ରାଜସ୍ବ ସର୍କଲ ଅଧୀନ କୁଲୁତାଯୋର ପଞ୍ଚାୟତର ଫାସେଡ ଗ୍ରାମ ତେଲନଦୀ ଠାରୁ ବାଲି ଚାଲାଣ ହେଉଥିବା ବେଳେ ତହସିଲ ପକ୍ଷରୁ ଚଢାଉ କରି ୩ଟି ଟ୍ରାକ୍ଟର ଠାରୁ ୧୭ ଜହାର ଟଙ୍କାର ଫାଇନ ଆଦାୟ କରା ଯାଇଛି । ସୂଚନା ଯୋଗ୍ୟ ଯେ ମଙ୍ଗଳବାର ତେଲନଦୀର ଫାସେଡ ଘାଟରୁ ବେନିୟମ ଭାବେ ବାଲି ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ପହଞ୍ଚି ୩ଟି ଟ୍ରାକ୍ଟରକୁ ଅଟକ ରଖି ଘଣ୍ଟାପଡା ଆରଆଇ ଦିଲ୍ଲୀପ ପଟ୍ଟନାୟକଙ୍କୁ ଜିମା ଦେଇଥିଲେ । ସେଗୁଡିକ ହେଲା କଲାହାଣ୍ତି ଜିଲା ମୋହନଗିରିର କରୁଣାକର ସାହୁଙ୍କ ଗାଡି ନଂ. ଓଡି ୩୧ଜି ୪୬୬୫, ବୌଦ୍ଧ ଜିଲା ଘଣ୍ଟାପଡା ର ରାଜେନ୍ଦ୍ର କରଙ୍କ ଗାଡି ନଂ. ଓଆର ୩୧ ୪୨୧୯ ଏବଂ ବଳରାମ ମଲିକଙ୍କ ଗାଡି ନଂ. ଓଡି ୩୧ଏଫ୍ ୧୨୪୮ ବୋଲି ଜଣାପଡିଛି । ଉକ୍ତ ୩ଟି ଗାଡିରୁ ୧୭ ହଜାର ଟଙ୍କାର ରାଜସ୍ବ ଆଦାୟ କରାଯାଇଥିବା ଘଣ୍ଟାପଡା ଆରଆଇ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

ବାଲି ବିକ୍ରୟ ପାଇଁ ଘଣ୍ଟାପଡା ଘାଟକୁ ପ୍ରଶାସନ ପରମିଟ ଦେଇଥିବା ବେଳେ ପାଣିଥିବା ହେତୁ ବାଲି ଉଠୁନି । ବର୍ତ୍ତମାନ ସମୟରେ ଲୋକେ ଆବାସ ଗୃହ ନିର୍ମାଣ କରୁଥିବା ବେଳେ ତେଲନଦୀର ଫାସେଡ ଘାଟରୁ ବିଭିନ୍ନ ସମୟରେ ବାଲି ଚାଲାଣ କରି ଟ୍ରାକ୍ଟର ମାଲିକ ମାନେ ରାଜସ୍ବ ଫାଙ୍କି ହିତାଧିକାରୀଙ୍କୁ ଚଢା ଦରରେ ବାଲି ବିକ୍ରି କରୁଛନ୍ତି । ଫାସେଡ ଘାଟ ପ୍ରତି ପ୍ରଶାସନର ଅଙ୍କୁଶ ନଥିବା ହେତୁ ସରକାରୀ ରାଜସ୍ବ ହରାଇ ବସିଛି ଓ ଟ୍ରାକ୍ଟର ମାଲିକ ଲାଭବାନ ହେଉଛନ୍ତି ।

Leave A Reply

Your email address will not be published.