om academy

ହାଟପଦାପଡ଼ା ରେଳ ଫାଟକ ବନ୍ଦ କରୁଥିବା ସମୟରେ ଉତ୍ତେଜନା : ବାହାର ଲୋକଙ୍କ ପାଇଁ ଦୁଃଖ ସହି ରେଳ ଓଭର ବ୍ରିଜ ତିଆରିରେ ସମର୍ଥନ କଲୁ, କିନ୍ତୁ ଫାଟକ ବନ୍ଦକୁ ସମର୍ଥନ କରିପାରିବୁ ନାହିଁ : ଭାଜପା ଉପଦେଷ୍ଟା

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେଳ ଷ୍ଟେସନ ପଶ୍ଚିମ ଓଡିଶାର ଏକ ବୃହତ୍ ଜଙ୍କସନ୍ ହୋଇଥିବାରୁ ଏହା ଏକ ଜନଗହଳିପୂର୍ଣ୍ଣ ଷ୍ଟେସନ । ଏହା ସହ ଟିଟିଲାଗଡକୁ ଦୁଇ ଭାଗରେ ବିଭାଜନ କରୁଛି ରେଳ ଫାଟକ । ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଧ୍ୟାନରେ ରଖି ଅନେକ ଆନ୍ଦୋଳନ ପରେ ତିଆରି ହୋଇଛି ରେଳ ଓଭର ବ୍ରିଜ । ଗତକାଲି ଏହାର ଉଦଘାଟନ ବଡ଼ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ ଭିଡିଓ କନଫରେନ୍ସରେ ହୋଇଥିଲଶ । ଉଦଘାଟନର କେବଳ ମାତ୍ର ଗୋଟିଏ ଦିନରେ ହାଟପଦା ପଡ଼ା ସ୍ଥିତ ରେଳବାଇ ଫାଟକକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି ଟିଟିଲାଗଡ ରେଳବାଇ । ଫାଟକର ନିକଟରେ ଅନେକ ଜନବସତି ରହିଛି । ଫାଟକକୁ ବନ୍ଦ କରିବାର ପ୍ରତିବାଦ କରିଛି ଟିଟିଲାଗଡ ଭାଜପା ଓ ବଣିକ ସଂଘ । କାରଣ ଫାଟକର ଉଭୟ ପାର୍ଶ୍ଵରେ ରହିଥିବା ଜନବସତି ଓ ଦୋକାନ ବଜାର ଉଭୟ ପାର୍ଶ୍ଵର ନିବିଡ଼ ସମ୍ପର୍କ ରହିଛି । ହାଟପଦା ପଡ଼ା, ଗୋରୁବଜାର ପଡ଼ା, ଦେବନ୍ଦ୍ ପଡ଼ା, ଟାଙ୍ଗର ପଡ଼ା, ଜୋର୍ ପଡ଼ା, ବହିଦାର ପଡ଼ା, ପରି ଅନେକ ପଡ଼ା ରହିଛି । ସେଠାରେ ରହୁଥିବା ଛୋଟ ଛୋଟ ସ୍କୁଲ ପିଲାମାନେ ଫାଟକର ଅନ୍ୟପଟେ ରହିଥିବା ସ୍କୁଲକୁ ସହଜ ଓ ସୁବିଧାରେ ଯିବା ଆସିବା କରିଥାନ୍ତି । ରେଳ ଓଭର ବ୍ରିଜ ଯେଉଁ ତିଆରି ହୋଇଛି, ତାହା ଏହି ପଡ଼ାବାସୀଙ୍କ ତଥା ସହରବାସୀଙ୍କ ବ୍ୟବହାରରେ ସେତେ ମାତ୍ରରେ ହୋଇପାରୁନାହିଁ । ରେଳ ଭୂତଳ ପୋଲ ମଧ୍ୟ ପାଣି ଜାମ ହୋଇ ରହୁଥିବା ବେଳେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେବଳ ହାଟପଦା ପଡ଼ା କିମ୍ବା ଅନ୍ୟ ପଡ଼ା ନୁହେଁ, ସାରା ଟିଟିଲାଗଡବାସୀଙ୍କ ପାଇଁ ରେଳ ଫାଟକ ଗମନାଗମନରେ ସୁବିଧା ରହିଛି । ଏହା ସହ ରେଳ ଫାଟକର ଉଭୟ ପାର୍ଶ୍ଵରେ ବସିଥିବା ଉଠା ବେପାରୀମାନେ ମଧ୍ୟ ସୁଫଳ ପାଇ ପାରୁଛନ୍ତି । କିନ୍ତୁ ରେଳ ଫାଟକ ବନ୍ଦ ହେଲେ ସାଧାରଣ ଜୀବନରେ ଅନେକ ପ୍ରଭାବ ପଡିବା ସହ ଗମନାଗମନ ପ୍ରଭାବିତ ହେବ। ରେଳ ଫାଟକ ସମୂର୍ଣ୍ଣ ବନ୍ଦ ହେଲେ କେବଳ ୧୦ ମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ୧ କିମିରୁ ଅଧିକ ବାଟ ଅତିକ୍ରମ କରିବାକୁ ପଡ଼ିବ ବୋଲି ଟିଟିଲାଗଡ ଭାଜପା ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଟିଟିଲାଗଡ ଭାଜପା ଉପଦେଷ୍ଟା ଶୁଭ୍ରାଂଶୁ ଦାସଙ୍କ ସହ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଆଡଭୋକେଟ ବିଶ୍ୱଜିତ୍ ଦାସ, ସଞ୍ଜୀବ ତ୍ରିପାଠୀ, ବଣିକ ସଂଘ ସଭାପତି ଶମ୍ଭୁ ଗୋୟଲ୍ ସମେତ ସ୍ଥାନୀୟ ସାଧାରଣ ଜନତା ଓ ବ୍ୟବସାୟୀମାନେ ଉକ୍ତ ସ୍ଥାନରେ ପହଂଚି ରେଳବାଇ ଏଡିଇଏନ୍ କାଶୀନାଥ ସାହାଙ୍କ ସହ ଆଲୋଚନା କରି କାମ ବନ୍ଦ କରିବାକୁ ନିବେଦନ କରିଥିଲେ । ଶ୍ରୀ ସାହା ଅନୁରୋଧ ରକ୍ଷା କରି ଅନିର୍ଦ୍ଧିଷ୍ଟ ସମୟ ପାଇଁ କାମ ବନ୍ଦ କରିବା ସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାମ ଆଗକୁ ବଢ଼ାଇବାକୁ କହିଛନ୍ତି । ତେଣୁ ଟିଟିଲାଗଡ ଭାଜପା ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ହାଟପଦା ପଡ଼ା ସ୍ଥିତ ରେଳ ଫାଟକକୁ ସଂପୂର୍ଣ୍ଣ ବନ୍ଦ ନ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.