କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ଦେଉଳପଦର ଗାଁର କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରାଯାଇଛି । ଲକଡାଉନ୍ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବାରୁ ଦଶମ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ବହୁତ ଦିନ ଧରି ଅବହେଳା ହୋଇଛି ତେଣୁ ତା’ର ସୁଧାର ପାଇଁ ଓ ଦଶମ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ପାଇଁ କେମିତି ଶୀଘ୍ର ପ୍ରସ୍ତୁତ ହୋଇପାରିବେ ସେଥିପାଇଁ ଓଡ଼ିଶା ସରକାର ବିଭିନ୍ନ ଉପାୟ ମାନେ ଆପଣାଇଛନ୍ତି । ସେଥିମଧ୍ୟରୁ ଏହି ମାଗଣା ପରୀକ୍ଷା ଦର୍ପଣ ପୁସ୍ତକ ଗୋଟିଏ ଅନ୍ୟତମ ପ୍ରୟାସ । ସ୍କୁଲର ପ୍ରଧାନ ଶିକ୍ଷକ ଅମିୟ କୁମାର ମହାନ୍ତି ଓ ଅନ୍ୟ ସମ୍ମାନିତ ଶିକ୍ଷକଙ୍କ ଉପସ୍ଥିତିରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ ଏହି ପୁସ୍ତକରେ ପାଠ୍ୟକ୍ରମର ୮୦ % ପାଠକୁ ଗ୍ରହଣ କରାଯାଇଛି ଓ ୨୦% ପାଠ୍ୟଖସଡାକୁ ଛାଡ଼ କରାଯାଇଛି ବୋଲି ସେ କହିଛନ୍ତି । ଏ ବର୍ଷ କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ୍ ପ୍ରଭାବ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ପଡ଼ିଛି ମାଡ଼ ତେଣୁ ସମୟର ଅଭାବରୁ ୮୦% ପାଠ୍ୟଖସଡା ଭିତରୁ ପ୍ରଶ୍ନ ଆସିବ ବୋଲି ଅନ୍ୟ ଶିକ୍ଷକ ମାନେ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.