ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷର ପାଠ୍ୟ ପୁସ୍ତକ ବଣ୍ଟନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁକ୍ଳ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ)ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବଛିନ୍ନ ପୁରାପୁରି ମାଗଣା ଶିକ୍ଷାଦାନ ପାଇଁ କିସ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଦଶମ, ଦ୍ୱାଦଶ, +୩ ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ନିଦ୍ଦେଶ କ୍ରମେ କିସର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକକୁ ଆସୁଛନ୍ତି । କିସ ଓ କିଟର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ଦ୍ୱାଦଶ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷା ବର୍ଷର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ, ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକରେ କିଟ ବିଶ୍ୱବିଦ୍ୟାଳୟର ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଲକଡାଉନ କଟକଣା ଯୋଗୁଁ ମାର୍ଚ୍ଚ ୨୦୨୧ ଦ୍ଵିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନ ରତ ତିରିଶ ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କର ପ୍ରଭାବ ଯୋଗୁଁ ନିଜ ନିଜ ଗାଁରେ ରହୁଛନ୍ତି । କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ପ୍ରଥମ ପର୍ଯ୍ୟାୟରେ ସାନିଟାଇଜର, ସୋୟାବିନ, ସୁଜି, ଚାଉଳ, ଚୁଡା, ବିସ୍କୁଟ, ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନାବିଳ ସ୍ନେହ ମମତାର ପରିଚୟ ସୃଷ୍ଟି କରିଛନ୍ତି । ସମ୍ପୂର୍ଣ ନିଃଶୁଳ୍କ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ, ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖି ଶିକ୍ଷା ଇତିହାସରେ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି । କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସ ଏବଂ ଐତିହାସିକ କାର୍ଯ୍ୟକୁ ଆଦିବାସୀ ମାନେ କୃତଜ୍ଞତା ଜଣାଇଛନ୍ତି । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ହେମେନ୍ଦ୍ର ନାଥ ହଁସଦା, ନିତ୍ୟାନନ୍ଦ ମାଝି, ଘାସିରାମ ମାଝି, ଦେବସିଂ ମାଝି, ଥବିର ପୂଝାରୀ, ପ୍ରଫୁଲ୍ଲ ପ୍ରଧାନୀ, ସୁନୀଲ ମାଝୀ, ଇନ୍ଦ୍ରମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.