ଶିଶୁ ବିକାଶ କେନ୍ଦ୍ରର ୩୯ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ୩୯ତମ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟର ସଭାକକ୍ଷଠାରେ ପାଳିତ ହୋଇଯାଇଛି । ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ମଣ୍ଡଳୀ ନିଳମଣି ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସତ୍ୟବନ୍ତ ବେଦ୍‌ବାକ ଓ ଜୟରାମ ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ସମାଜର ଉନ୍ନତି କଳ୍ପେ ଶିଶୁ ବିକାଶ କେନ୍ଦ୍ର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇ ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସଦା ତତ୍ପର ବୋଲି ବକ୍ତାମାନେ ପ୍ରକାଶ କରି କହିଲେ ଯେ, ବଲାଙ୍ଗିରରେ ଦୀର୍ଘ ୩୮ ବର୍ଷ ବଂଚାଇ ରଖିବା ସହଜ କଥା ନୁହେଁ । ପ୍ରଥମ ପର୍ଯ୍ୟାୟରେ ପିଲାମାନଙ୍କ ଭିତରେ ଚିତ୍ରାଙ୍କନ ଓ ପ୍ରବଂଧ ପ୍ରତିଯୋଗିତା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କସ୍ତୁରୀ ରଥ ଅତିଥି ପରିଚୟ ଦେଇଥିବା ବେଳେ ଟାଉନ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରିଚାଳନା ସଂପାଦକ ଅରୁଣ ଖୁଆସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ପାର୍ବଣରେ ଶିକ୍ଷାବିତ୍‌ କପିଳ ପତିଙ୍କ ‘ପୌରାଣିକ କଥା ସଂଗ୍ରହ’ର ଶୁଭ ବିମୋଚନ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଧିରେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଶାନ୍ତ ଷଡଙ୍ଗୀ, ଦୁର୍ଗାଚରଣ ସାହୁ, ଚୂଡେନ୍ଦ୍ର କୁମାର ବେହେରା, ରତ୍ନମୟ ତ୍ରିପାଠୀ, ଡା. ଅଶୋକ ସେଠୀ, ଶୁଭେନ୍ଦ୍ର ନେପାକ, କେଶବ ଚନ୍ଦ୍ର ମିଶ୍ର, ମଧୁ ସାହୁ ଓ ପ୍ରଦୀପ ପଶାୟତ । ଶେଷରେ ଉପସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.