oum

ବିବାହିତା ମହିଳା ଅନ୍ୟ ଯୁବକର ପ୍ରେମରେ ପଡ଼ି ପ୍ରତାରଣାର ଶିକାର ହେଲେ, ଥାନାରେ ମାମଲା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତାଲପାଲିପଡାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ପ୍ରତାରଣା ଦେଇଛନ୍ତି ଜଣେ ଯୁବକ । ଏନେଇ ପ୍ରତାରଣାର ଶିକାର ହୋଇଥିବା ମହିଳା ଜଣକ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ତିନି ବର୍ଷ ତଳେ ତାଲପାଲିପଡାର ଘନଶ୍ୟାମ ସାହୁ ସମ୍ବଲପୁର ଜିଲ୍ଲାର ହୀରାକୁଦ୍ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ । ମହିଳା ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ରହିଛି । ଯୁବକ ଜଣକ ଏହା ଜାଣିବା ସତ୍ୱେ ତାଙ୍କ ସହ ଦୀର୍ଘ ୩ ବର୍ଷ ହେବ ପ୍ରେମ ସଂପର୍କ ରଖି ଶାରୀରିକ ସଂପର୍କ ମଧ୍ୟ ରଖି ଆସୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା ।

ପ୍ରତାରଣାର ଶିକାର ହୋଇଥିବା ମହିଳାଙ୍କ କହିବା ଅନୁସାରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ, ଯୁବକ ଜଣକ ମହିଳାଙ୍କୁ ହୀରାକୁଦ୍‌ରୁ ବଲାଙ୍ଗିର ସହରକୁ ଆଣି ଏକ ପାର୍ଲରରେ କାମ କରାଇ ଦେଇଥିଲେ । ବଲାଙ୍ଗିର ଟାଉନର ଏକ ଭଡ଼ା ଘରେ ତାଙ୍କୁ ରଖି ଶାରୀରିକ ସମ୍ପର୍କ ରଖି ଆସୁଥିଲେ । କିଛିଦିନ ତଳେ ଯୁବକ ଜଣକ ମହିଳାଙ୍କୁ ଛାଡ଼ି ଫେରାର ମାରିଥିଲେ । ବର୍ତ୍ତମାନ ଯୁବକ ଜଣକ ମହିଳାଙ୍କୁ ଛାଡ଼ି ଚାଲିଯିବା ପରେ ମହିଳା ଜଣକ ଅସହାୟ ହୋଇ ପଡ଼ିଛନ୍ତି । ମହିଳା ଜଣକ ତାଲପାଲିପଡ଼ା ସ୍ଥିତ ଘନଶ୍ୟାମଙ୍କ ଘରର ଦ୍ଵାରସ୍ଥ ହୋଇଥିଲେ । ଅନ୍ୟପଟେ ମହିଳା ଜଣକ ଘନଶ୍ୟାମଙ୍କ ଘର ସମ୍ମୁଖରେ ଦୀର୍ଘ ସମୟ ଧରି ଭୋକ ଉପାସରେ ବସି ରହିଥିଲେ । ସ୍ଥାନୀୟ ମହିଳାମାନେ ଜାଣିବା ପରେ ଘନଶ୍ୟାମଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ଘନଶ୍ୟାମ ଘରୁ ଫେରାର ମାରିଥିବା ବେଳେ ମହିଳାମାନେ ତାଙ୍କ ମା’ଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ । ତାଙ୍କ ମା’ ପୁଅ ଏଭଳି କରି ନଥିବା ବୋଲି କହି ପୀଡ଼ିତା ମହିଳାଙ୍କୁ ଗ୍ରହଣ କରିବାକୁ ନାରାଜ ହେବାରୁ ପଡ଼ାର ମହିଳାମାନେ ପୀଡ଼ିତାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୀଡ଼ିତା ମହିଳା କହିଛନ୍ତି ଯେ, ଘନଶ୍ୟାମ ଦୀର୍ଘଦିନ ଶାରୀରିକ ସମ୍ପର୍କ ରଖି ତାଙ୍କୁ ବିବାହ ହେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଆଉ ଧରାଛୁଆଁ ଦେଉନାହାନ୍ତି । ତେବେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନ୍ୟାୟ ଦେବାକୁ ସେ ଟାଉନ୍ ଥାନାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.