ନୃସିଂନାଥରେ ବିଜେପି ମଣ୍ତଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂନାଥ ପୀଠ ଠାରେ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ, ଲଖମରା ମଣ୍ତଳ, ମାଣ୍ଡୋସିଲ ମଣ୍ତଳର ବରିଷ୍ଠ ସଦସ୍ୟ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବରଗଡ ଜିଲ୍ଲା ଉପ ସଭାପତି ସରୋଜ କୁମାର ସାମଲଙ୍କ ସଭାପତି‌ତ୍ୱରେ ଏହି ଶିବର ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିର ଉଦଘାଟନୀ ସଭାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ‌ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକର୍ତ୍ତାଙ୍କୁ ପରମ ବୈଭବଶାଳୀ ଭାରତ ଗଠନରେ ସମସ୍ତ ଯୋଗଦାନ ପାଇଁ ଆ‌ହ୍ୱାନ ଦେଇଥିଲେ । ମୋଦିଜୀଙ୍କ ନେତୃତ୍ୱରେ ଆମ ଦେଶ ଏବେ ବିକାଶର ରାସ୍ତାରେ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି । ଭାରତକୁ ବି‌ଶ୍ୱ ଗୁରୁର ଆସନରେ ବସାଇବାର ଲକ୍ଷ ଆଉ ଦୂର ନୁହଁ । ଏଣୁ ଆମ ସମସ୍ତଙ୍କ ସଂକଳ୍ପିତ ଯୋଗଦାନର ଆବଶ୍ୟକ । ସଭାରେ ଭାରତୀୟ ଜନତା ପାର୍ଟିର ମୂଳ ନୀତି ଆଦର୍ଶ ଭାବନା ଏବଂ ଚିନ୍ତାଧାରା ସହ ଅନ୍ୟାନ୍ୟ ବିଭିନ୍ନ ସୂତ୍ର ଉପରେ ଆଲୋଚନା ହେବା ସହ, ଭାରତର ଯସସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କର ବିଭିନ୍ନ ଜନ କଲ୍ୟାଣ କରି ଏବଂ ଜନ ହିତକାରୀ ଯୋଜନା ମାନଙ୍କ ବିଷୟରେ ଜନ ସାଧାରଣଙ୍କୁ ସଚେତନ ସହ ସମସ୍ତଙ୍କ ପାଖକୁ ପହଞ୍ଚିବେ ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା । ପ୍ରଶିକ୍ଷଣ ଶିବିରରେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୁକ୍ତା ସାହୁ, ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ବରଗଡ ଜିଲ୍ଲା ପୂର୍ବତନ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ବରିଷ୍ଠ ନେତା ବଳରାମ ସାହୁ, ପାଇକମାଲ ଜିଲ୍ଲା ପରିଷଦ ସଦସ୍‌ସ୍ୱ୍ୟା ରମିଲା ଲୁହାର, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶାରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଞୟ ବେହେରା, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ସମେତ ପାର୍ଟିର ବରିଷ୍ଠ କର୍ମୀମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ । ପ୍ରଶିକ୍ଷଣ ଶିବିର ସମାରୋହ ଉତ୍ସବରେ ଝାରବନ୍ଧ ମଣ୍ତଳ ଜିଲ୍ଲା ପ୍ରତିନିଧି ଡା ଲମ୍ବୋଦର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.