ls

ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସାନିଟାଇଜେସନ୍‌ : ସାଧାରଣରେ ପ୍ରଶଂସା

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକାଧିକ ସାମାଜିକ କାର୍ୟ୍ୟ ହାତକୁ ନିଆଯାଇଛି । ଗତକାଲି ଜଣେ ନିରାଶ୍ରିତ ମହିଳାଙ୍‌ଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଥିଲେ ବିଜୁ ଜନତା ଦଳର ସଭ୍ୟ ମାନେ । ଆଜି ପୁଣିଥରେ ବିଜୁ ଜନତା ଦଳର ଛାତ୍ର ନେତାମାନେ ଏକତ୍ରୀତ ହୋଇ ସେନିଟାଇଜ୍‌ କରିବା କାମ ହାତକୁ ନେଇ ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି । ସୂଚନା ମତେ, ବଲାଙ୍ଗିର ପୃଥ୍ବୀରାଜ ହାଇସ୍କୁଲର ଶିକ୍ଷକ ସୁରେଶ ବାରିକଙ୍କ ଘର ଓ ଅନ୍ୟାନ୍ୟ ଷ୍ଟାଫ କ୍ବାର୍ଟର ମାନଙ୍କୁ ଯାଇ ସାନିଟାଇଜ୍ କରିଛନ୍ତି ବଲାଙ୍ଗିରର ଛାତ୍ରନେତା ତଥା ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ ଓ ତାଙ୍କ ଟିମ୍ । ବିଜେଡି ସଭ୍ୟ ମାନଙ୍କ ଦ୍ଵାରା କୋଭିଡ଼ କଟକଣାକୁ ପାଳନ କରାଯାଇ ଏହି ସାମାଜିକ କାମ କରାଯିବା ସହ ଲୋକଙ୍କୁ କରୋନାର ଭୟାବହତା ତଥା କରୋନାକୁ ମାତ୍ ଦେବା ପାଇଁ  ସାନିଟାଇଜେସନ୍‌ର ଗୁରୁତ୍ଵ ସମ୍ପର୍କରେ ସଚେତନ କରାଯାଇଥିଲା । ଯୁବ ନେତା ସୁମନ ନନ୍ଦଙ୍କ ଏହି ପଦକ୍ଷେପକୁ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ବିଜେଡି ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର ପ୍ରଶଂସା କରିଛନ୍ତି ।

pc pk
Leave A Reply

Your email address will not be published.