ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଇକେଲ ପ୍ରଦାନ କଲେ ବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ପଞ୍ଚାୟତ ତେନ୍ତୁଳିପଦର ଗ୍ରାମର ମଣ୍ଟୁ ରଣା ଦୀର୍ଘ ବର୍ଷ ହେବ ଭିନ୍ନକ୍ଷମ ହୋଇଥିବା ବେଳେ ସାଇକେଲ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସମାଜସେବୀ ବିନୋଦ ନାଗ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲଙ୍କୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ବିଡ଼ିଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ତରଫରୁ ତାତ୍ପରତାର ସହ ସାଇକେଲ ଦିଆଯାଇଥିଲା । ସାଇକେଲ ପାଇବା ପରେ ଭିନ୍ନକ୍ଷମ ବ୍ୟକ୍ତି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.